ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

May 17, 2019, ଓଡ଼ିଶା, , Anupambharat News Bureau


ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ
Anupambharat News Bureau
May 17, 2019

ଖଲ୍ଲିକୋଟ,୧୭ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମରେ ବେଆଇନ ମଦଭାଟିକୁ ବିରୋଧ କରୁଥିବା ଜଣେ ଯୁବକ କୈଳାସ ବାରିକଙ୍କୁ ଗତ ମାସ ୨୮ତାରିଖ ରାତି୍ରରେ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପଥର ଛେଚି ହତ୍ୟା କରିଥିଲେ ମଦ ମାଫିଆ । ମୃତ କୈଳାସ ବାରିକଙ୍କ ସ୍ତ୍ରୀ କୁନି ବାରିକ ଖଲ୍ଲିକୋଟ ଥାନାରେ ଦେଇଥିବା ଏତଲାରେ ବେଆଇନ ମଦଭାଟିର ମାଲିକ ବୋଲାଉଥିବା ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକଙ୍କ ସହଯୋଗୀ ପ୍ରଦୀପ ପରିଡ଼ା ଓ କାହ୍ନୁ ବେହେରା ତାଙ୍କ ସ୍ୱାମୀଙ୍କୁ ମାରିଛନ୍ତି ବୋଲି ଅଭିଯୋଗ କରିଥିଲେ । ପୋଲିସ ଏତାଲାକୁ ଗ୍ରହଣ କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୦୨/୧୯ ଅନୁସାରେ ଏକ ହତ୍ୟା ମକଦ୍ଦମା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ବେଳେ ଅଭିଯୁକ୍ତ ମାନେ ଫେରାର୍‌ ଥିଲେ । ତେବେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମାମା ପଟ୍ଟନାୟକ ଖଲ୍ଲିକୋଟ ଅଞ୍ଚଳରେ ବୁଲୁଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସୁନୀଲ କୁମାର ବେହେରା, ଏଏସ୍‌ଆଇ ଡ଼ିଏମ୍‌ଆର୍‌ ଦୋରା, କନେଷ୍ଟବଳ ଟୁକୁନା ସେଠୀ, ବିରଞ୍ଚି ବେହେରା ସହ ଜଣେ ମହିଳା କନେଷ୍ଟବଳପହଞ୍ଚି ତାକୁ କାବୁ କରି ନେଇଥିଲେ । ମାମା ପଟ୍ଟନାୟକକୁ ଗିରଫ କରିବା ପରେ ଆଜି ଖଲ୍ଲିକୋଟ ପୋଲିସ କୋର୍ଟଚାଲାଣ କରିଛନ୍ତି । ତେବେ ଏହି ହତ୍ୟା ଘଟଣାର ଅନ୍ୟ ଅଭିଯୁକ୍ତ ପ୍ରଦୀପ ପରିଡ଼ା ଓ କାହ୍ନì ବେହେରା ଅଦ୍ୟାବଧି ଫେରାର୍‌ ଅଛନ୍ତି । ଖଲ୍ଲିକୋଟ ଥାନା ଅଞ୍ଚଳରେ ବର୍ତ୍ତମାନ ଅପରାଧି ସକି୍ରୟ ହୋଇ ଉଠିଛନ୍ତି । ଗତକାଲି ରାତିରେ କେଶପୁର ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମରେ ଜଣେ ଠିକାଦାର ଭିକାରୀ ତରେଇ ନିଜ ଘରେ ବସିଥିବା ବେଳେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଝରକା ପଟୁ ଗୁଳି ଚଳାଇ ଫେରାର୍‌ ହୋଇ ଯାଇଥିଲେ । ଦୁଇ ରାଉଣ୍ଡ୍‌ ଗୁଳି ତାଙ୍କ ପିଠିରେ ବାଜି ରହିଯାଇଥିବାରୁ ତାଙ୍କୁ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

Read More...

ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page