ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଚାରି ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଜଣେ ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡିଛି । ମୃତକଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରେ ୬୫ ବର୍ଷୀୟ ମହିଳା, ୫୮ ବର୍ଷୀୟ ଓ ୬୩ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା କାରଣରୁ ମୃତ୍ୟୁବରଣ କରିଥିବା ନେଇ ସୂଚନା ଦିଆ ଯାଇଛି ।