ଓଡ଼ିଶା ବିଧାନସଭାକୁ ଶୁକ୍ରବାର ଗୋଟିଏ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ପାତ୍ର କହିଛନ୍ତି ଯେ ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜଣା ପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍ ରହୁଥିବାରୁ ସୋମବାର ବିଧାନସଭାକୁ ଖୋଲାଯିବ କି ନା ସେଥିନେଇ ନିଷ୍ପତି ନିଆଯିବ ବୋଲି ପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ।