ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା

July 12, 2020, ଦେଶ, , Anupambharat News Bureau


ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା
Anupambharat News Bureau
July 12, 2020

ନୂଆଦିଲ୍ଲୀ,୧୨ା୭: ସମଗ୍ର ଦେଶରେ କରୋନା ସଂକ୍ରମଣର ବ୍ୟାପକତା ମହାମାରୀର ରୂପ ଧାରଣ କରିସାରିଛି । ଏହା କବଳରେ ଭାରତରେ ଆଜିସୁଦ୍ଧା ୨୨ ହଜାର ୬୭୪ ସଂଖ୍ୟକ ଲୋକ ଜୀବନ ହରାଇଲେଣି । ୮ ଲକ୍ଷ ୪୯ ହଜାର ୫୫୩ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଯଦିଓ ଏହାର ନିରାକରଣ ପାଇଁ ଦେଶରେ ଔଷଧ ପ୍ରସ୍ତìତ ଓ ଯୋଗାଣକୁ ସରକାର ରାଜି ହୋଇଛନ୍ତି, ତେବେ ଯଥେଷ୍ଟ ପରିମାଣରେ ରୋଗୀଙ୍କ ପାଖରେ ଔଷଧ ପହଞ୍ଚି ପାରି ନାହିଁ । ଦୈନିକ ଯେଭଳି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଦେଶବାସୀଙ୍କ ମଧ୍ୟରେ କେବଳ ଆତଙ୍କର ବାତାବରଣ ଖେଳି ଯାଇଛି । ପ୍ରଭାବିତ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ମାତ୍ର କମ୍‌ ଦିନ ମଧ୍ୟରେ ତୃତୀୟ ସ୍ଥାନକୁ ଆସିଯାଇଛି , ତେଣୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଦେଶରେ ୫୫୧ ସଂଖ୍ୟକ ଲୋକ କରୋନା ରୋଗରେ ସଂକ୍ରମଣ ହୋଇ ଜୀବନ ହରାଇଛନ୍ତି । ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ ୨୮,୬୩୭ ସଂଖ୍ୟକ ଲୋକ ନୂତନ ଭାବରେ କୋଭିଡ଼-୧୯ ପଜିଟିଭରେ ଚିହ୍ନଟ ହେବା ଯୋଗୁଁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ଦେଶର ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ପାଞ୍ଚ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଦେଶରେ କାର୍ଯ୍ୟକାରୀ ହୋଇଯିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଆରମ୍ଭ ହୋଇଛି । ଏପରିକି ସ୍ଥିତି ଅଧିକ ଅଣାୟତ ହେବା ଯୋଗୁଁ ପୁଣି କେତେକ ରାଜ୍ୟରେ ଲକ୍‌ଡ଼ାଉନ୍‌ ସମ୍ପ୍ରସାରଣ କରାଯାଉଥିବା ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି । ଭାରତରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ମହାରାଷ୍ଟ୍ରର ସ୍ଥିତି ଦୈନିକ ସାଂଘାତିକ ରୂପ ଧାରଣ କରୁଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ସମୁଦାୟ ୮୧୩୯ ସର୍ବାଧିଖ ହାରରେ ଲୋକମାନେ ନୂତନ ଭାବେ କୋଭିଡ଼-୧୯ ପଜିଟିଭ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି । ଫଳରେ ମହରାଷ୍ଟ୍ରରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୦୦କୁ ପହଞ୍ଚି ଯାଇଛି । ଠିକ୍‌ ସେହିଭଳି ଆଜିର ହସ୍ତଗତ ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ୨୨୩ ସଂଖ୍ୟକ ଲୋକ କରୋନା ରୋଗରେ ପୀଡିତ ହୋଇ ପ୍ରାଣ ହରାଇବା ଯୋଗୁଁ ମହାରାଷ୍ଟ୍ରରେ ଏଯାବତ ସମୁଦାୟ ମୃତକଙ୍କ ସଂଖ୍ୟା ୧୦,୧୧୬କୁ ବୃଦ୍ଧି ପାଇଛି । ଭାରତରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପି ଯାଇଥିବା ଘଟଣା ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦ୍ୱିତୀୟ ପ୍ରଭାବିତ ରାଜ୍ୟ ଭାବେ ତାମିଲନାଡ଼ୁରେ ପୁଡି ଆଜି ୬୯ ସଂଖ୍ୟକ ରୋଗୀ ଜୀବନ ହରାଇବା ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୮୯୮କୁ ବୃଦ୍ଧି ପାଇଛି । ଠିକ୍‌ ସେହିଭଳି ପୁଣି ରାଜ୍ୟରେ ୩୯୬୫ ସଂଖ୍ୟକ ଲୋକ ଗତ ୨୪ ଘଣ୍ଟାରେ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୨୨୬କୁ ବୃଦ୍ଧି ଘଟିଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀରଜନକ ରହିଛି । ପୁଣି ୨୪ ଘଣ୍ଟାରେ ୧୭୮୧ ସଂଖ୍ୟକ ନୂତନ ପଜିଟିଭ ଚିହ୍ନଟ ହେବା ଯୋଗୁଁ ଦିଲ୍ଲୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପି ଯାଇଛି । ମୃତକଙ୍କ ସଂଖ୍ୟାରେ ପୁଣି ୩୪ ଜଣଙ୍କ ମୃତୁ୍ୟ ଘଟିବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୩୩୩୪ କୁ ବୃଦ୍ଧି ଘଟିଛି । ତେବେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୨୭୬ ସଂଖ୍ୟକ ଲୋକ ସୁସ୍ଥ ହୋଇଥିବା ଘୋଷଣା କରାଯାଇଛି । ଦିଲ୍ଲୀ ସରକାର କରୋନା ରୋଗୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ କରିବାରେ ସମସ୍ତ ଉଦ୍ୟମ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍‌ କହିଛନ୍ତି । ଦିଲ୍ଲୀରେ ଅକ୍ସିମିଟର ବ୍ୟବହାର କରାଯାଇ ଲୋକଙ୍କ ପରୀକ୍ଷା କରାଯାଇଛି । ପଶ୍ଚିମବଙ୍ଗର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିଖ ୧୫୬୦ ସଂଖ୍ୟକ ନୂତନ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପି ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣଳୟ ପକ୍ଷରୁ ଜାରି କରଯାଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ୫,୩୪,୬୨୧ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି । ବିଭିନ୍ନ ରାଜ୍ୟ ମାନଙ୍କ ତୁଳନାରେ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କୋଭିଡ଼-୧୯ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛନ୍ତି । ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା ପରିଷଦ( ଆଇସିଏମ୍‌ଆର୍‌) ପକ୍ଷରୁ ଜୁଲାଇ ୧୧ ତାରିଖ ସୁଦ୍ଧା ୧ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ନମୁନା ପରୀକ୍ଷଣ କରାଯାଇଛି । ମାତ୍ର ଗୋଟିଏ ଦିନ ଅର୍ଥାତ୍‌ ଶନିବାର ଦିନ ସମୁଦାୟ ୨ଲକ୍ଷ ୮୦ ହଜାର ୧୫୧ ନମୁନା ପରୀକ୍ଷଣ କରାଯାଇଥିବା ଆଇସିଏମ୍‌ଆର୍‌ କହିଛି ।
ଉତ୍ତରପ୍ରଦେଶରେ କୋଭିଡ଼-୧୯ କରୋନା ପଜିଟିଭ ସଂଖ୍ୟା ଆଜି ସୁଦ୍ଧା ୩୫ ହଜାର ଟପି ଯାଇଛି । କର୍ଣ୍ଣାଟକରେ ଏହି ପଜିଟିଭ ୩୬ ହଜାର ଟପି ଯାଇଥିବା ବେଳେ ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାରରୁ ଉର୍ଦ୍ଧ୍ୱକୁ ପହଞ୍ଚି ଯାଇଛି । ପ୍ରବାସୀମାନଙ୍କ ସ୍ଥାନାନ୍ତରଣ କାରଣ ଯୋଗୁଁ ଆସାମ, ବିହାର ଓ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ଆକାଶଛୁଆଁ ଭାବରେ ବୃଦ୍ଧି ଘଟିଛି । ଆସାମରେ ଆଜି ଗୋଟିଏ ଦିନରେ ୯୩୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବିହାରରେ ୭୯୮ ଓ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୫୭୦ ସଂଖ୍ୟକ ନୂତନ ପଜିଟିଭ ଚିହ୍ନଟ ହେବା ଯୋଗୁଁ ଏହି ତିନି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଏହି କରୋନା ଭାଇରସ ମାରାତ୍ମକ ରୂପ ନେଇଛି । ଆଜିସୁଦ୍ଧା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ରୋଗରେ ସଂକ୍ରମଣ ହୋଇ ୫ ଲକ୍ଷ ୬୫ ହଜାର ୧୩୮ ଜଣ ରୋଗୀ ଜୀବନ ହରାଇଛନ୍ତି । ଯାହାକି କୌଣସି ବିଶ୍ୱ ଯୁଦ୍ଧରେ ମଧ୍ୟ ଏଭଳି ଜୀବନହାନୀ ଘଟି ନଥିଲା । ଏହି କୋଭିଡ଼-୧୯ର ସଂକ୍ରମଣରେ ପ୍ରଭାବିତ ରାଷ୍ଟ୍ରମାନଙ୍କରେ ୧ କୋଟି ୨୭ ଲକ୍ଷ


୧୭ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ବିଶ୍ୱର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଭାବେ ଆମେରିକା ଅଧିକ ପ୍ରଭାବିତ ହୋଇଛି । ଦେଶରେ ୧ଲକ୍ଷ ୩୪ ହଜାର ୭୭୭ ସଂଖ୍ୟକ ଲୋକ କରୋନା ରୋଗରେ ମୃତୁ୍ୟବରଣ କରିଛନ୍ତି । ପୁଣି ୩୨ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ବ୍ରାଜିଲରେ ୭୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଜୀବନ ହରାଇଥିବା ବେଳେ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ତୃତୀୟ ପ୍ରଭାବିତ ରାଷ୍ଟ୍ର ଭାରତରେ ୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏହାର ପରବର୍ତ୍ତୀ ଋଷିଆରେ ୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ବିଶ୍ୱର ପ୍ରାୟତଃ ସମସ୍ତ ରାଷ୍ଟ୍ର ଅଳ୍ପବହୁତ ପ୍ରଭାବିତ ହୋଇଥିବା ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

Read More...

ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page