ବ୍ରହ୍ମପୁର,୧୨ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ତିନିରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତୁ୍ୟ ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ଗତକାଲି ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଜି ପୁଣି ତିନି ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ଏହାକୁ ମିଶାଇ ଜିଲ୍ଲାରେ ଏଯାବତ୍ ୩୯ ଜଣଙ୍କ ମୃତୁ୍ୟ ଘଟିଛି । ସରକାରୀ ଭାବେ ଏହା ୩୯ ହୋଇଥିବା ବେଳେ ଏହାଠାରୁ ଅଧିକ ସଂଖ୍ୟାକ ମୃତୁ୍ୟ ଘଟିଥିବା କୁହାଯାଇଛି । ତେବେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ଅଧିକ ମୃତୁ୍ୟ ଘଟିଥିବାରୁ କେଉଁଠି ନା କେଉଁଠି କିଛି ଅବହେଳା ରହୁଥିବା ପ୍ରଶ୍ନ ଉଙ୍କିମାରିବାରେ ଲାଗିଛି । ରାଜ୍ୟରେ ମୃତୁ୍ୟ ସଂଖ୍ୟାର ଅଧାରୁ ଅଧିକ ଜିଲ୍ଲାର ରହିଛି । ସଂକ୍ରମଣରେ ମଧ୍ୟ ଜିଲ୍ଲା ଶୀର୍ଷରେ ରହିଛି । ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୮୬୪ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ତିନି କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବିଭାଗର ସୂଚନା ଅନୁସାରେ ମୃତକ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର । ମୃତୁ୍ୟ ବରଣ କରିଥିବା ସମସ୍ତ ତିନି ଜଣ ପୁରୁଷ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତୁ୍ୟ ବରଣ କରିଥିବା କରୋନା ଆକ୍ରାନ୍ତଙ୍କର ବୟସ, ୫୦, ୫୬ ଓ ୬୫ ବର୍ଷ । ୫୬ ବର୍ଷୀୟ କରୋନା ରୋଗୀ ଜଣଙ୍କ ଡାଇବେଟିସ ରୋଗରେ ପୀଡିତ ଥିବା ଓ ୬୫ ବର୍ଷୀୟ ରୋଗୀ ଡାଇବେଟିସ ଓ ହାଇପର ଟେନସନରେ ପୀଡିତ ଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏଥି ସହିତ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଗତ ଜୁନ୍ ପର୍ଯ୍ୟନ୍ତ ଏହି ସଂଖ୍ୟା ଏତଟା ବୃଦ୍ଧି ପାଇନଥିବା ବେଳେ ବର୍ତ୍ତମାନ ଜୁଲାଇ ପହିଲାରୁ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ଢ଼େର ବୃଦ୍ଧି ପାଇବାରେ ଲାଗିଛି ।
ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧାରେ କରୋନା ମୃତ ୯ଥିବା ବେଳେ କଟକରେ ୬ରେ ପହଞ୍ଚିଛି । ପୁରୀରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁମୃତୁ୍ୟବରଣ କରିଛନ୍ତି । ତେବେ ଜିଲ୍ଲାରେ ମୃତୁ୍ୟବରଣ କରୁଥିବା ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିଥିଲେ କି ନାହିଁ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଜିଲ୍ଳାବାସୀଙ୍କୁ ଅନ୍ଧାରରେ ରଖାଯାଉଥିବାରୁ ଜଟିଳ ସ୍ଥିତି ସୃଷ୍ଟି ହେବାରେ ଲାଗିଛି ।