ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

July 13, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ
Anupambharat News Bureau
July 13, 2020

କେନ୍ଦୁଝର, ୧୩ା୭: କେନ୍ଦୁଝର ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ଭଗବାନ ଉପାଧ୍ୟାୟଙ୍କର ଧର୍ମପତ୍ନୀ ବାସନ୍ତୀ ଉପାଧ୍ୟାୟଙ୍କର ଆଜି ସକାଳ ୬ଟା ସମୟରେ ନିଜ ପୈତୃକ ସ୍ଥାନ ବାହାନଗା ବ୍ଲକର ବାଟିଆ ଗ୍ରାମରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସେ ପବିତ୍ରଡିହାସ୍ଥିତ ତାଙ୍କ ବାସଭବନରେ ରହିବା ସମୟରେ ଦୀର୍ଘ ୩୫ବର୍ଷ ହେବ କେନ୍ଦୁଝର ଗାୟତ୍ରୀ ପରିବାର ଓ ଅନ୍ୟ ଧର୍ମାନୁଷ୍ଠାନରେ ଓତପ୍ରତ ଭାବେ ଜଡିତ ଥିଲେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହିତ ବହୁ ରାଜନୈତିକ ଦଳର ନେତୃବୃନ୍ଦ,ଧାର୍ମିକ ଅନୁଷ୍ଠାନ,ସେ୍ୱଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାମାନେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନାତି ଓମ ଉପାଧ୍ୟାୟ ମୁଖାଖ୍ନୀ ଦେଇଥିବାବେଳେ ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ ବଡପୁଅ ସନ୍ତୋଷ କୁମାର ଉପାଧ୍ୟାୟ ମହାନିର୍ଦ୍ଦେଶକ (କାରାଗାର),ପୁତ୍ରବଧୂ,ନାତି,ନାତୁଣୀଙ୍କ ସମେତ ଗାୟତ୍ରୀ ପରିବାରର ବହୁ ସଦସ୍ୟଙ୍କ ସମେତ ପରିବାରବର୍ଗ,ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଗାୟତ୍ରୀ ପରିବାରର ମୁଖ୍ୟ ଟ୍ରଷ୍ଟି ପ୍ରସନ୍ନ କୁମାର ପତି,ବ୍ରଜକିଶୋର ଓଝା,ସୁଧାକର ପତି,ଦୂର୍ଗାଚରଣ ମହାନ୍ତି ପ୍ରମୁଖ ମା’ଙ୍କ ନିକଟରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାକୁ ନେଇ ବିଚିତ୍ର ସ୍ଥିତି

କରୋନାକୁ ନେଇ ବିଚିତ୍ର ସ୍ଥିତି

Read More...

ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page