ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

July 13, 2020, ଓଡ଼ିଶା, , Anupambharat News Bureau


ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌
Anupambharat News Bureau
July 13, 2020

ବ୍ରହ୍ମପୁର,୧୩ା୭(ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ବ୍ରହ୍ମପୁରର ସମସ୍ତ ସୀମା ସିଲ୍‌ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଏମ୍‌ସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସୂଚନା ଦେଇଛନ୍ତି । ସେହିଭଳି ସକାଳ ୫ ଟା ଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି । ଅନୁରୂପ ଭାବେ ଗତ ୯ତାରିଖରୁ ବିଏମ୍‌ସି ସମେତ ଜିଲ୍ଲାର ସମସ୍ତ ଏନ୍‌ଏସି ଏବଂ ପାଞ୍ଚ ବ୍ଳକର ସଦରମହକୁମାରେ ଜାରି କରାଯାଇଥିବା ସଟଡାଉନକୁ ଉଠାଇ ଦିଆଯାଇଛି । ଆଜି ବ୍ରହ୍ମପୁର ଟାଉଲ ହଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତିଂ ସିଂ ରାଠୋର ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗ ଦେଇ ଆସନ୍ତାକାଲି ଠାରୁ ବ୍ରହ୍ମପୁର ରାଜା ସାହି, ବାଚୁୟାରି ସାହି, ପନ୍ଦରା ସାହି, ଦେଶୀବେହେରା ସାହି, ଗୁଢ଼ଗୁରୁଜୀ, କେଉଟ ସାହି, ଜେନା ସାହି, ସଙ୍କରପୁର ସାହି, ନଡିଆ ଗୁରୁଜୀ ଓ ଅଞ୍ଚଳରେ ମାଲବାହି ଗାଢ଼ିକୁ ପ୍ରବେଶ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଥିବା ବେଳେ ସକାଳେ ୧୦ ଟା ପର୍ଯ୍ୟନ୍ତ ଆଳୁ ପିଆଜ କଦଳୀ ହୋଲସେଲ ବ୍ୟବସାୟ ହୋଇପାରିବ ସେହିପରି ୧୧ ଟାରୁ ୪ ଟା ପର୍ଯ୍ୟନ୍ତ ତେଜରାତି ସାମଗ୍ରୀ ହୋଲସେଲ ଦୋକାନ ଖୋଲାରହିବ ବୋଲି କୁହଯାଇଥିବା ବେଳେ ଔଷଧ ହୋଲସେଲ୍‌ ଦେକାନା ସକାଳ ୫ ଟାରୁ ୪ ଟା ପର୍ଯର୍୍ୟନ୍ତ ଖୋଲା ରହିବ । ଅନ୍ୟପକ୍ଷରେ ଆମିଷ ଦେକାନା ସ୍ଥାୟୀ ଗୃହରେ ହିଁ ବିକ୍ରି କରିପାରିବ ବୋଲି କହିଥିବା ବେଳେ ଆସନ୍ତା କାଲି ଠାରୁ ଏମ୍‌କେସିଜି ରୋଡ କମ୍ମାପଲ୍ଲୀ, ଗେଟବଜାର, ହରିଡାଖଣ୍ଡି, ଗିରିମାର୍କେଟର ଓ ଆଖପାଖ ଅସ୍ଥାୟୀ ବଜାର ବନ୍ଦ ରହିବ ବୋଲି କୁହାଯାଇଛି । ପରିବା, ଫଳ, ତେଜରାତି, ମେଡିସିନ୍‌, କୃଷିଉପକରଣ ଆଦିକୁ କାଉଣ୍ଟର ସେଲ କୁ ଅନୁମତି ଦିଆଯାଇ ନାହିଁ । ଅନ୍ୟପକ୍ଷରେ ବ୍ରହ୍ମପୁରକୁ କୌଣସି ଲୋକ ଆସିପାରିବେନି କି ଯାଇପାରିବେ ନାହିଁ । କେବଳ ଜରୁରୀ କାଳିନ ପରିସ୍ଥିିତିରେ ଜନସାଧାରଣ ୧୦୦ ନଂ କୁ ଅବଗତ କରି ଯାତାୟତ କରିପାରିବେ ବୋଲି ସୂଚନା ମିଳିଛି । ବ୍ରହ୍ମପୁରର ସୀମାକୁ ସିଲ କରି ୧୧ ପ୍ଳାଟୁନ ଫୋର୍ସ ଓ ଅଫିସର ନିୟୋଜିତ ରହିବେ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ବଡବଜାରର ୧୦ ଟି ସାହିକୁ କେବଳ ବ୍ୟବସାୟୀ ଯାଇପାରିବେ କିନ୍ତୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ସେହିପରି କରୋନାକୁ ଦୃଷ୍ଟି ରଖି ଜରୁରି କାଳୀନ ସେବାପାଇଁ ନିଗମ ପକ୍ଷରୁ ହେଲ¬ଇାଇନ ନଂ ୦୬୮୦-୨୨୫୦୨୯୦ ସହ ଯୋଗଯୋଗ କରିବା ପାଇଁ କୁହାଯାଇଛି । ପ୍ରତ୍ୟେକ ଜନସାଧାରଣ କରୋନା କଟକଣା ନିୟମ ମାନିବାକୁ ଏସପି ମିଶ୍ର ଏଠାରେ ନିବେଦନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

Read More...

କରୋନାକୁ ନେଇ ବିଚିତ୍ର ସ୍ଥିତି

କରୋନାକୁ ନେଇ ବିଚିତ୍ର ସ୍ଥିତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page