ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

July 15, 2020, ଓଡ଼ିଶା, , Anupambharat News Bureau


ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ
Anupambharat News Bureau
July 15, 2020

କଟକ, ୧୫ା୭(ଅନୁପମ ମିଡ଼ିଆ): ରାଜ୍ୟର ପ୍ରଥମ କୋଭିଡ୍‌ ପ୍ଲାଜମା ବ୍ୟାଙ୍କ୍‌ ଏସସିବି ମେଡିକାଲ କଲେଜ ଓ ହାସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଓଡିଶାର ଲୋକମାନଙ୍କୁ ଉନ୍ନତ ଚିକିସିା ସେବା ଯୋଗାଇଦେବା ପାଇଁ ତାଙ୍କ ସରକାର ବଦ୍ଧପରିକର ।
ରାଜ୍ୟର ପ୍ରତ୍ୟେକଙ୍କ ଜୀବନ ତାଙ୍କ ପାଇଁ ଓ ତାଙ୍କ ସରକାର ପାଇଁ ମୂଲ୍ୟବାନ୍‌ ଏବଂ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ରଜ୍ୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ଏବଂ ପ୍ଲାଜମା ଥେରାପି ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ ବୋଲି ସେ ଘୋଷଣା କରିଥିଲେ । ଓଡିଶାର କେହି ଜଣେ ବି ଲୋକ ଅତ୍ୟାଧୁନିକ ଚିକିସିା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯଥେଷ୍ଟ କଠିନ ପରିଶ୍ରମ କରି ସେବା ଯୋଗାଉଥିବାରୁ ସେମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଆଜି ଏସସିବିରେ ପ୍ଲାଜମା ଦାନ କରିଥିବା ପଙ୍କଜ କୁମାର ବେହେରା, ଡାକ୍ତର ଚିଦ୍‌ଭୂଷଣ ପଣ୍ଡା, ମନୋଜ କୁମାର ବରାଳ, ଅବିନାଶ ରାଉତଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନାଜୟୀ ବ୍ୟକ୍ତିବିଶେଷ ସେମାନଙ୍କ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଚିକିସିା ପାଇଁ ସହଯୋଗର ହାତ ବଢାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏଥିସହ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ ୧୨ କରୋନାଜୟୀ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଥିଲେ ଯେ, ଗୁରୁତର କରୋନା ରୋଗୀଙ୍କ ଚିକିସିାରେ ସଫଳତା ପାଇଁ ପ୍ଲାଜମା ଥେରାପି ବହୁ ଉପାଦେୟ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସସିବି ଅଧ୍ୟକ୍ଷ ଡାକ୍ତର ଦତେଶ୍ୱର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ତଥା ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିି , ଏସସିବି ଅଧିକ୍ଷକ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱଆୟୁକ୍ତ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ସ୍ୱାସ୍ଥ୍ୟ ବିଭାଗର କୋଭିଡ ବୈଷୟିକ ମୁଖପାତ୍ର ଡା. ଜୟନ୍ତ ପଣ୍ଡା, ଟ୍ରାନ୍ସଫୁ୍ୟଜନ୍‌ ମେଡିସିନ ପ୍ରଫେସର ଡା. ପଙ୍କଜ ପରିଡା, ପ୍ଲାଜମା ଥେରାପି ନୋଡାଲ ଅଧିକାରୀ ଡା. ସ୍ମିତା ମହାପାତ୍ର, ଏସସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସମେତ ଡାକ୍ତର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏସସିବି ପ୍ଲାଜମା ଥେରାପିର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବାକୁ ରହିଥିବା ବେଳେ ଭୁବନେଶ୍ୱରର ସମ୍‌ ହସ୍ପଟାଲ, କିମସ୍‌ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ସେବା ଉପଲବ୍ଧ ହେବ । ଦିଲ୍ଲୀ ଓ ମହରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

Read More...

କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି

କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page