ଆଉ ଛ’ ମୁଣ୍ଡ ନେଲା

July 20, 2020, ଓଡ଼ିଶା, , Anupambharat News Bureau


ଆଉ ଛ’ ମୁଣ୍ଡ ନେଲା
Anupambharat News Bureau
July 20, 2020


ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଗଜପତି ଜିଲ୍ଲାର ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି । ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୭୦ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ୪୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତୁ୍ୟ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ୪୨ ବର୍ଷୀୟ ଜଣେ ପୁରୁଷଙ୍କ ମଧ୍ୟ ମୃତୁ୍ୟ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତୁ୍ୟ ଘଟିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ହାଇପର ଟେନସନ ଓ ମଧୁମେହ ରୋଗରେ ପୀଡିତ ଥିବା ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମତୁ୍ୟ ଘଟିଛି । ସେହିପରି ଭାବେ ଗଜପତି ଜିଲ୍ଲାର ଜଣେ ୫୫ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଞ୍ଚଭୂତରେ ଲୀନ ହେଲେ ବିଜୟ

ପଞ୍ଚଭୂତରେ ଲୀନ ହେଲେ ବିଜୟ

Read More...

ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page