ଭାରତ ସୀମାକୁ ଜଗିବ ‘ଭାରତ ’

July 21, 2020, ଦେଶ, , Anupambharat News Bureau


ଭାରତ ସୀମାକୁ ଜଗିବ ‘ଭାରତ ’
Anupambharat News Bureau
July 21, 2020

ନୁଆଦିଲ୍ଲୀ,୨୧ା୭: ଏଣିକି ଭାରତ ସୀମାକୁ ଜଗିବ ‘ଭାରତ’ । ଏହାର ଅର୍ଥ ହେଉଛି ଯେ, ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ ‘ଭାରତ’ ସୀମାରେ ରହି ଏଠାରେ ଅନ୍ୟଦେଶର ଗତିବିଧି ଉପରେ ସୂଚନା ପ୍ରଦାନ କରିବ । ଭାରତ ଚୀନ ମଧ୍ୟରେ ସୀମା ଅକ୍ତିଆରକୁ ନେଇ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କମାଣ୍ଡରସ୍ତରୀୟ ବୈଠକରେ ବୁଝାମୁଣା କରାଯାଇ ସାଭାବିକ ସ୍ଥିତି ସୃଷ୍ଟି କରାଯାଇଛି । ତେବେ ଉପୁଜିଥିବା ବିବାଦର ଅର୍ଥ ବୁଝିବା ପାଇଁ ଭାରତ ଚୀନ ପ୍ରକୃତ ସୀମା ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଏଣିକି ନିଜର ରଖିବ ଭାରତୀୟ ସେନାର ଡ୍ରୋନ ‘ଭାରତ ’ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ପକ୍ଷରୁ ଏହି ସ୍ୱଦେଶୀ କୌଶରେ ନିର୍ମାଣ ହୋଇଥିବା ଡ୍ରୋନ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି । ବହୁ ଉଚ୍ଚତାରୁ ଏବଂ ଦୂରରୁ ପାର୍ବତ୍ୟାଞ୍ଚଳ ମଧ୍ୟରେ ଏହି ଭାରତ ଡ୍ରୋନ ଶତ୍ରୁ ପକ୍ଷର ସେନା ଗତିବିଧି ଉପରେ ସୂଚନା ସଂଗ୍ରହ କରାଯାଇପାରିବ । ଲଦାଖ ଅଞ୍ଚଳର ପୂର୍ବ ଭାଗରେ ଯେଉଁ ବିବାଦ ଜାରି ରହିଛି ଉକ୍ତ ଅଞ୍ଚଳ ପାଇଁ ଡ୍ରୋନର ଆବଶ୍ୟକତା ଥିଲା ବୋଲି ପ୍ରତିରକ୍ଷା ବିବାଭ ପକ୍ଷରୁ କୁହାଯାଇଛି । ଘଞ୍ଚ ଜଙ୍ଗଲରେ ଲୁଚିଥିବା ବ୍ୟକ୍ତିଙ୍କ୍‌ୁ ମଧ୍ୟ ଏହି ଡ୍ରୋନ ଠାବ୍‌ କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଡ୍ରୋନ କୌଣସି ଦେଶରେ ସାଟେଲାଇଟରେ ମଧ୍ୟ ଧରାପଡ଼ିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

Read More...

ମୃତ୍ୟହାର କମିଛି :କେନ୍ଦ୍ର

ମୃତ୍ୟହାର କମିଛି :କେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page