ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

July 21, 2020, ଓଡ଼ିଶା, , Anupambharat News Bureau


ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା
Anupambharat News Bureau
July 21, 2020

ଭୁବନେଶ୍ୱର, ୨୧ା୭(ଅନୁପମ ମିଡ଼ିଆ): ­ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ଼ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବା ବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ । ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ଼ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାରକୋଭିଡ଼ ପରିଚାଳନା ଟମ୍‌କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ କୋଭିଡ଼ ପରିିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣwିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହା ସହିତ, ନୂଆ କୋଭିଡ଼ ଡାକ୍ତରଖାନା ଓ କୋଭିଡ଼ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣwିରୁ ମଞ୍ଜୁର କରିଛନ୍ତି । କୋଭିଡ଼ ପରିସ୍ଥିତିରେ ଡାକ୍ତରଙ୍କ ଗୁରୁ ଦାୟିତ୍ୱ ରହିଛି । ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ କ୍ୟାଡ଼ରର ଡାକ୍ତର ମାନଙ୍କ ଅବସର ବୟସକୁ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହା ସହିତ ଲେବର ଏବଂ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନ୍ସ ମେଡ଼ିକାଲ ଅଫିସର ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । ଏହି ଅବସରରେ କୋଭିଡ଼-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ଼ କେୟାର ହୋମ୍‌ ଓ କୋଭିଡ଼ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକଫର ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱରରେ ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ଼ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ନୀଳାଚଳ ଡାକ୍ତରଖାନାରେ ୧୫ଟି ଆଇସିୟୁ ସହିତ ୧୨୬ ଶଯ୍ୟା ବିଶିଷ୍ଟ ଡେଡିକେଟେଡ଼ କୋଭିଡ଼ ହସ୍ପିଟାଲ ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ । ଭୁବନେଶ୍ୱରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ୱରର ବିଭିନ୍ନ ଧାର୍ମିକ, ସାମାଜି ଅନୁଷ୍ଠାନ, ଏନଜିଓ ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡ଼ିକ ଦ୍ୱାରା ଭୁବନେଶ୍ୱରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମ୍‌ ଖୁବ୍‌ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଳି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଭୁବନେଶ୍ୱରର ବସ୍ତି ମାନଙ୍କରେ କୋଭିଡ଼ ସଂକ୍ରମର ରୋକିବା ଉପରେ ଫୋକସ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବସ୍ତି କମିଟି ଗୁଡ଼ିକ ଏ ଦିଗରେ ଭଲ କାମ କରୁଥିବାରୁ ବିଏମସି ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଂଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି । ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱ । କଟକ ଏସସିବିରେ କୋଭିଡ଼-୧୯ ସମ୍ପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନା କେନ୍ଦ୍ର ଖୁବ୍‌ ଶୀଘ୍ର କାର୍ଯ୍ୟ କରିବ । କଟକସ୍ଥିତ ମୋଲେକୁଲାର ଜେନମ୍‌ ଲାବର ଅପଗ୍ରେଡେସନ କରାଯିବ । ଏହାଦ୍ୱାରା କୋଭିଡ଼-୧୯ ରୋଗୀ ମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ ।ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଂଶଗ୍ରହଣ କରିଥିଲେ । କଟକ ଏସସିବିରେ ଆଉଟଡୋର ରୋଗୀ ମାନଙ୍କ ସୁବିଧା ପାଇଁ ଅଧିକ ଅସ୍ଥାୟୀ ଓପିଡ଼ି ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ମାନେ ଏବଂ ଜିଲ୍ଲାପାଳ ଦ୍ୱୟ ସେମାନଙ୍କ ଜିଲ୍ଲାର କୋଭିଡ଼ ପରିିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

Read More...

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page