ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

July 24, 2020, ଦେଶ, , Anupambharat News Bureau


ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର
Anupambharat News Bureau
July 24, 2020

ଲକ୍ଷ୍ନୌ: ଅଯୋଧ୍ୟା ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କର ବୟାନ ରେକର୍ଡ କରିଛନ୍ତି ।
ଏହି ଶୁଣାଣି ଭିଡିଓ କନଫରେନସିଂ ଜରିଆରେ ହୋଇଥିବା ବେଳେ କୋର୍ଟରେ ଆଡଭାନୀଙ୍କ ପକ୍ଷରୁ ଓକିଲ ବିମଲ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ । ବୟାନ ରେକର୍ଡ ଲାଗି ସ୍ୱତନ୍ତ୍ର ନ୍ୟାୟାଳୟ ପୂର୍ବରୁ ୨୩ ଓ ୨୪ ଜୁଲାଇକୁ ଦିନ ଧାର୍ଯ୍ୟ କରିଥିଲେ । ସେହି ଅନୁସାରେ ମୂରଲୀ ମନୋହର ଯୋଶୀ ତାଙ୍କ ବୟାନ ରେକର୍ଡ କରାଇଥିବା ବେଳେ ଶୁକ୍ରବାର କୋର୍ଟରେ ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି ।
ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୧୩ ଅନୁଯାୟୀ ଆଡଭାନୀଙ୍କ ବୟାନ ରେକର୍ଡ କରାଯାଇଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ।ଏଣୁ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସମେତ ମୋଟ ୩୨ ଜଣଙ୍କ ବୟାନ ରେକର୍ଡ କରାଯିବ । ମୂରଲୀ ମନୋହର ଯୋଶୀ କୋର୍ଟରେ ତାଙ୍କ ବୟାନ ରଖିବା ବେଳେ ମାମଲାରେ ନିଜକୁ ସମ୍ପୂର୍ଣ୍ଣ ର୍ନିଦ୍ଦୋଷ ବୋଲି କହିଥିଲେ । କେନ୍ଦ୍ରର ତତ୍କାଳୀନ କଂଗ୍ରେସ ସରକାର ରାଜନୈତିକ ଅଭିଷନ୍ଧି ରଖି ମାମଲା ସହ ତାଙ୍କୁ ସମ୍ପୃକ୍ତ କରିଥିଲେ ବୋଲି କହିଥିଲେ । ସେହିପରି ମାମଲାରେ ପ୍ରସିକ୍ୟୁସନ ଓକିଲ ଲଗାଇଥିବା ସମସ୍ତ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ ।
୬ ଡିସେମ୍ବର ୧୯୯୨ରେ କରସେବକମାନେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ଭାଙ୍ଗିଥିଲେ । ଯେଉଁ ସ୍ଥାନରେ ମସଦିଜ୍‌ ଅଛି ସେଠାରେ ପୂର୍ବରୁ ଶ୍ରୀରାମଙ୍କ ମନ୍ଦିର ଥିଲା ବୋଲି କରସେବକ ମାନେ ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ । ଦେଶରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ମୂରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀ ନେଉଥିଲେ । ଏଣୁ ମାମଲାରେ ସେମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ।
ଉଲ୍ଲେଖଥାଉକି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ପ୍ରସ୍ତାବିତ ଭୂମିପୂଜନ ଉପରେ ରୋକ୍‌ ଲଗାଇବା ଦାବିରେ ଦାଖଲ ଯାଚିକାକୁ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି । ହାଇକୋର୍ଟ ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେଙ୍କ ଆବେଦନକୁ ଖାରଜ କରି ଏହାକୁ ଆଧାରହୀନ ଦର୍ଶାଇଛନ୍ତି । ସାକେତ ଗୋଖଲେଙ୍କ ପକ୍ଷରୁ ଦାଖଲ ପିଆଇଏଲ ଚିଠିରେ କୁହା ଯାଇଥିଲା
ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜନ କୋଭିଡ୍‌-୧୯ର ଅନଲକ୍‌-୨ର ଗାଇଡ୍ଲାଇନ୍‌କୁ ଉଲ୍ଲଂଘନ କରୁଛି । ଏଥିରେ କୁହାଯାଇଛି ଭୂମିପୂଜନ କାର୍ଯ୍ୟକ୍ରମରେ ପାଖାପାଖି ୩୦୦ ଲୋକ ଏକତ୍ର ହେବେ, ଯାହା କୋଭିଡ୍‌-୧୯ ନିୟମର ବୀପରିତ । ଲେଟର ପିଟିସନ ଜରିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇବାକୁ ଦାବି କରିଥିଲେ । ଭୂମି ପୂଜନ କାର୍ଯ୍ୟକ୍ରମ ହେଲେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ରହିଥିବା ସାମ୍‌ାଦିକ ପିଟିସନରେ କହିଥିଲେ ।
ହାଇକୋର୍ଟ ଆବେଦନ ଖାରଜ କରି କହିଛନ୍ତି, ଆମେ ରାଜ୍ୟ ସରକାର ଓ ଆୟୋଜକଙ୍କଠୁ ଆଶା କରୁଛୁ ଯେ, ସାମାଜିକ ଦୂରତା ସମେତ କରୋନା ଗାଇଡ୍‌ଲାଇନ୍‌ ପାଳନ କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି ପୂରା ଯାଚିକା କଳ୍ପନା ଉପରେ ଆଧାରିତ ଏବଂ ଏଥିରେ କୌଣସି ତଥ୍ୟ ନାହିଁ ଯେ କେମିତି ପ୍ରୋଟକଲର ଉଲ ଉଲ୍ଲଂଘନ ହେବ ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଅଗଷ୍ଟ ୫ରେ ହେବାକୁ ଯାଉଛି । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମରେ ସାମିଲ ହେବେଛ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଶେଷ ବୈଠକରେ ମନ୍ଦିରର ଡିଜାଇନରେ ଅନେକ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି । ଏବେ ମନ୍ଦିରର ଉଚ୍ଚତା ୨୦ ଫୁଟ୍‌ ବଢାଯାଇ ୧୬୧ ଫୁଟ୍‌ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଲାଙ୍କ ଅନଲାଇନ ପାଠ:  ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

ପିଲାଙ୍କ ଅନଲାଇନ ପାଠ: ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

Read More...

ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page