ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

July 24, 2020, ଓଡ଼ିଶା, , Anupambharat News Bureau


ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ
Anupambharat News Bureau
July 24, 2020

ବ୍ରହ୍ମପୁର,୨୪ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁରରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଲୋକେ ଆତଙ୍କିତ କୌଣସି କାରଣ ନାହିଁ । ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ସହ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ସେବା ସହ ଟା ଟା କୋଭିଡ ହସ୍‌ପିଟାଲ୍‌ରେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ବି ସୁସ୍ଥ ହେଉଛନ୍ତି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିବା ସହ ସମସ୍ତ ଜନସାଧାରଣ ଘରେ ସୁରକ୍ଷିତ ଭାବେ ରହିବାକୁ ସେପରାମର୍ଶ ଦେଇଛନ୍ତି । ଆଜି ବ୍ରହ୍ମପୁର ଟାଉନ୍‌ ହଲ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କୁଲାଙ୍ଗେ ଯୋଗଦେଇ ଜନସାଧାରଣ ସୁରକ୍ଷିତ ଭାବେ ଘରେ ରହିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ଆହ୍ୱାନ ଦେଇଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ କହିଛନ୍ତି ଯେ, ବର୍ତ୍ତମାନ ଅଧିକରୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଯୋଗୁଁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ କେୟାର୍‌ ସେଣ୍ଟର ଗୁଡ଼ିକୁ ୨୫୦ ବେଡ଼୍‌କୁ ଅକ୍ସିଜେନ ଯୋଗାଇଦିଆଯାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଏହାକୁ ୫ ଶହକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ ଏଠାରେ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ଅକ୍ସିଜେନ୍‌ ବ୍ୟବସ୍ଥା ସହ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନ ଦେଢ଼ ଶହ ଆମ୍ବୁଲାନ୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭେଣ୍ଟିଲେଟର ବ୍ୟବସ୍ଥାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ କୌଣସି ଜନସାଧାରଣ ଭୟଭୀତ ନ ହୋଇ ଯେ, କୌଣସି ସମୟରେ ଆମ୍ବୁଲାନ୍ସର ସହଯୋଗ ନେବା ପାଇଁ ଜିଲ୍ଲାପାଳ କୁଲାଙ୍ଗେ ଏଠାରେ ସୂଚନା ଦେଇଥିଲେ । ବର୍ତ୍ତମାନ ଟା ଟା କୋଭିଡ ହସ୍‌ପିଟାଲ୍‌ରେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀମାନେ ମଧ୍ୟ ସୁସ୍ଥ ହେଉଛନ୍ତି । ତେଣୁ ଲୋକମାନେ ଡ଼ରିବା ଉଚିତ ନୁହେଁ, କାରଣ ଏପରି ସ୍ଥଳେ ୯୦ ପ୍ରତିଶତ ସୁସ୍ଥ ହେଉଥିବା ସେ ଏଠାରେ କହିଥିଲେ । ବର୍ତ୍ତମାନ ହାଇଟେକ କୋଭିଡ ହସ୍‌ପିଟାଲ୍‌ର ଦାୟିତ୍ୱ ନେବା ସହ ପ୍ଲାଜ୍‌ମା ଥେରାପି ମଧ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ପ୍ଲାଜ୍‌ମା ଚିକିତ୍ସା ଦ୍ୱାରା ରୋଗୀଙ୍କ ଉନ୍ନତି ଘଟୁଥିବା ସେ ଏଠାରେ ସୂଚନା ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ବଡ଼ ଡ଼ାକ୍ତରଖାନା ସହକାରୀ ଅଧିକ୍ଷକ କିରଣ ପଟ୍ଟନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ହାରିବ ଏବଂ ସାଧାରଣ ଜନତା ଜିତିବେ ବୋଲି ସେ କହିଥିଲେ । ସେହିପରି ବ୍ରହ୍ମପୁରରେ ମଧ୍ୟ କରୋନା ରୋଗୀମାନେ ଭୟଭୀତ ନ ହେବା ପାଇଁ କମିଶନର ରାଠୋର ଏଠାରେ କହିବା ସହ ଯେ କୌଣସି ସମସ୍ୟାର ସମାଧାନ ପାଇଁ ନିଗମ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

Read More...

ପିଲାଙ୍କ ଅନଲାଇନ ପାଠ:  ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

ପିଲାଙ୍କ ଅନଲାଇନ ପାଠ: ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page