କେନ୍ଦୁଝର୨୫ା୭ (ଅନୁପମ ମିଡ଼ିଆ): କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବୋଦପଲସ ଗ୍ରାମର ଗମହା ମୁଣ୍ଡାଙ୍କର ଦେଢ଼ ବର୍ଷର ଶିଶୁର ଚେଙ୍କ ଦେବା କାରଣରୁ ମୃତୁ୍ୟ ହୋଇଛି । କୌଣସି କାରଣରୁ ଶିଶୁର ଦେହ ଖରାପ ହେବାରୁ ପରିବାର ଲୋକେ ଚେଙ୍କ ଦେଇ ଥିଲେ । ଶିଶୁର ଅବସ୍ଥା ଗୁରୁତର ହେବାରୁ ଗତ ଶୁକ୍ରବାର ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ରେ ଭର୍ତ୍ତି କରାଯାଇଥିଲା । ଶନିବାର ରାତିରେ ଶିଶୁର ମତୁ୍ୟ ହୋଇଥିବା ଖବର ହସ୍ତଗତ ହୋଇଛି ।