କାରଗିଲ ବିଜୟକୁ ୨୧ ବର୍ଷ

July 26, 2020, ଦେଶ, , Anupambharat News Bureau


କାରଗିଲ ବିଜୟକୁ ୨୧ ବର୍ଷ
Anupambharat News Bureau
July 26, 2020

ନୂଆଦିଲ୍ଲୀ : ଆଜି କାରଗିଲ ଯୁଦ୍ଧ- ଅପରେସନ୍‌ ବିଜୟକୁ ୨୧ବର୍ଷ ହେଲା । ୧୯୯୯ ଜୁଲାଇ ୨୬ରେ ପାକିସ୍ତାନକୁ ପରାଜିତ କରି କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ । ୧୮ହଜାର ଫୁଟ ଉଚ୍ଚରେ ପ୍ରାୟ ୨ମାସ କାଳ ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲା, ଦେଶବାସୀ ଏଥିରେ ଏବେ ବି ଗର୍ବ ଅନୁଭବ କରନ୍ତିଛ । ବିଜୟ ଦିବସରେ କାରଗିଲ ଯୁଦ୍ଧ ସଂକ୍ରାନ୍ତ କେତେକ ସ୍ୱତନ୍ତ୍ର କାହାଣୀ କାରଗିଲ ଯୁଦ୍ଧ ଭୂମିରେ ଶତ୍ରୁକୁ ଏକାଠି ସାମ୍ନା କରିଥିଲେ ଲେପଫନାଣ୍ଟ ଜେନେରାଲ ଏ.ଏମ୍‌. ଅଲ୍‌ ଏବଂ ତାଙ୍କର ଏକମାତ୍ର ପୁତ୍ର କର୍ଣ୍ଣେଲ ଅମିତ ଅଲ୍‌ । ବୋଧହୁଏ ଲେପଫନାଣ୍ଟ ଅଲ୍‌ ଏକମାତ୍ର କମାଣ୍ଡର ଯିଏ ନିଜ ପୁଅ ସହିତ ଯୁଦ୍ଧ ଭୂମିରେ ଲଢିଛନ୍ତି ।
କାରଗିଲ ଯୁଦ୍ଧ ବେଳେ ୫୬ ମାଉଣ୍ଟେନ୍‌ ବ୍ରିଗେଡର କମାଣ୍ଡର ଥିଲେ ଲେଫଫନାଣ୍ଟ ଅଲ୍‌ । ଏହି ବ୍ରିଗେଡ ତୋଲୋଲିଙ୍ଗ ଏବଂ ଟାଇଗର ହିଲ୍‌ କବ୍‌ଜା କରିଥିଲା । ପୁଅ କର୍ଣ୍ଣେଲ ଅମିତ ତତ୍କାଳୀନ ୩/୩ ଗୋର୍ଖା ରାଇଫଲ୍ସର ସେକେଣ୍ଡ ଲେପଫନାଣ୍ଟ ଭାବେ ମାର୍ପୋଲା ଅଞ୍ଚଳରୁ ଯୁଦ୍ଧ ପରିଚାଳନା କରୁଥିଲେ । ଅମିତଙ୍କ କହିବା ଅନୁସାରେ ମା’ଙ୍କୁ ଯୁଦ୍ଧ ସ୍ଥିତି ସମ୍ପର୍କରେ ସବୁକିଛି ନଜଣାଇବା ଏବଂ ଜଣେ ସୈନିକ ଭାବେ ସାହସ ଏବଂ ନିଷ୍ଠାର ସହ ଯୁଦ୍ଧ ଲଢିବା ଲାଗି ପିତା ତାଙ୍କୁ ପରାମର୍ଶ ଦେଇଥିଲେ । ଅମିତ ନିଜର ଶେଷ ଚିଠି ମଧ୍ୟ ୟୁନିଟକୁ ପଠାଇ ଦେଇଥିଲେ ଯାହା ଜଣେ ସୈନିକ ସହିଦ ହେବା ପରେ ତାଙ୍କ ପରିବାରକୁ ପ୍ରଦାନ କରାଯାଇଥାଏ । ଉଭୟ ପିତା-ପୁତ୍ର ନିଜନିଜ ଅଞ୍ଚଳରେ ସାହସିକତାର ସହ ଯୁଦ୍ଧ ଲଢୁଥିଲେ । ଯୁଦ୍ଧ ସମୟରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଏପରିକି ଯୁଦ୍ଧ ଶେଷ ହେବାର ଦୁଇମାସ ପରେ ପିତା-ପୁତ୍ରଙ୍କର ସାକ୍ଷାତ ହୋଇଥିଲା । ଉଭୟଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା । ଲେପଫନାଣ୍ଟ ଜେନେରାଲ ଅଲ୍‌ େୱଷ୍ଟର୍ଣ୍ଣ କମାଣ୍ଡର ଚିଫ୍‌ ଅଫ୍‌ ଷ୍ଟାଫ୍‌ ପଦରୁ ଅବସର ଗ୍ରହଣ କରିଛନ୍ତି । ୧୯୯୯, ଜୁଲାଇ ୧୩ । କାରଗିଲ ଯୁଦ୍ଧରେ ମେଜର ଡିପି ସିଂହ ଅଖ୍ନୁର ସେକଫରରେ ଏକ ପୋଷ୍ଟ ଦାୟିତ୍ୱରେ ରହିଥିଲେ । ତାଙ୍କ ଟିମ୍‌ରେ ୩୦ଜଣ ଯବାନ୍‌ ରହିଥିବା ବେଳେ ଶତ୍ରୁ ପୋଷ୍ଟଠାରୁ ମାତ୍ର ୮୦ ମିଟର ଦୂରରେ ଥିଲେ ସେମାନେ । ଦୁଇଦିନ ଗୁଳିମାଡ ବନ୍ଦ ରହିବା ପରେ ୧୫ତାରିଖରେ ପୁଣି ଆରମ୍ଭ ହୋଇଗଲା । ମେଜର ସିଂହ ବଙ୍କର ବାହାରେ ଶତ୍ରୁକୁ ସାମ୍ନା କରୁଥିବା ବେଳେ ଶତ୍ରୁପକ୍ଷରୁ ତାଙ୍କ ଆଡକୁ ଦୁଇଟି ମୋର୍ଟାର ମାଡ କରାଗଲା ।
ଗୋଟିକରୁ ସେ ସୁରକ୍ଷିତ ରହିଗଲେ ମଧ୍ୟ ଆରଟି ତାଙ୍କଠାରୁ ମାତ୍ର ଦେଢ ମିଟର ଦୂରରେ ପଡିଲା । ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ ସେ । ତାଙ୍କୁ ଚାରିଜଣ ସାଥୀ ଅଖ୍ନୁର ହସ୍ପିଟାଲ ନେଇଆସିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ହଠାତ୍‌ ସେଦିନ ପରିଦର୍ଶନରେ ଆସିଥିବା ଜଣେ ବରିଷ୍ଠ ଡାକ୍ତର ଦେଖିଲେ ଡିପିଙ୍କ ଶ୍ୱାସକ୍ରିୟା କ୍ଷୀଣ ହେଲେ ବି ଚାଲୁଛି । ସେ ତୁରନ୍ତ ଚିକିତ୍ସା ଆରମ୍ଭ କଲେ ଏବଂ ବଞ୍ଚିଗଲେ ଡିପି । ଗୋଟିଏ ଗୋଡ, ଅନ୍ତନଳୀର କିଛି ଅଂଶ କଟାଯିବା ସହ ଆଉ କେତେକ ଅସ୍ତ୍ରୋପଚାର କରାଯାଇଥିଲା । ପ୍ରାୟ ବର୍ଷେକାଳ ହସ୍ପିଟାଲରେ ରହିଲେ ସେ । ତେବେ ଡିପିଙ୍କ ମନୋବଳ କମି ନଥିଲା । ୨୦୦୯ରେ ମାରାଥନରେ ଭାଗ ନେବା ସହ ୨୦୧୧ରେ ସେ ହେଲେ ଦେଶର ପ୍ରଥମ ବ୍ଲେଡ ରନର । ଏସିଆର ପ୍ରଥମ ଦିବ୍ୟାଙ୍ଗ ଭାବେ ସେ ନାସିକରେ ସ୍କାଇ ଡାଇଭିଂ ବି କରିସାରିଛନ୍ତି । ଲିମPା ବୁକ୍‌ ଅଫ୍‌ ରେକର୍ଡରେ ସେ ଚାରିଥର ସ୍ଥାନିତ ହୋଇଛନ୍ତି । ନିଜର ଅଙ୍ଗ ଏବଂ ଅସ୍ଥିମଜ୍ଜା ଦାନ କରିବା ଲାଗି ନିଷ୍ପତ୍ତି ନେଇଥିବା ମେଜର ସିଂହ ଜୁଲାଇ ୧୫କୁ ନିଜ ମୃତ୍ୟୁବାର୍ଷିକୀ ଏବଂ ପୁନର୍ଜନ୍ମର ଦିନ ଭାବେ ବି ପାଳନ କରନ୍ତି ।
ଦିବ୍ୟାଙ୍ଗମାନଙ୍କ ଲାଗି ସେ ଏକ ଏନ୍‌ଜିଓ ଦି ଚ୍ୟାଲେଞ୍ଜିଂ ୱାନ୍ସ ବି ପ୍ରତିଷ୍ଠା କରିଛନ୍ତି । ତାଙ୍କୁ ନ୍ୟାସନାଲ ଆୱାର୍ଡ ଏବଂ କେଭିନ୍‌ କେୟାର ଆୱାର୍ଡରୁ ମିଳିଥିବା ୨ଲକ୍ଷ ଟଙ୍କା ପୁରସ୍କାର ରାଶି ସେ ସେନାର େୱଲଫେୟାର ଫଣ୍ଡକୁ ଦାନ କରିଛନ୍ତି । କାରଗିଲ ଯୁଦ୍ଧରେ ଦେଶର ସୈନିକଙ୍କୁ ସହଯୋଗ କରିବା ଲାଗି ଅଣ୍ଟା ଭିଡି ଆଗେଇ ଆସିଥିଲେ ଲଦ୍ଦାଖର ଯୁବକମାନେ । ସେମାନେ ସେ୍ୱଚ୍ଛାରେ ଏହି ସହଯୋଗ କରିଥିଲେ । ଏମାନଙ୍କ ମଧ୍ୟରୁ ଲଦ୍ଦାଖର ଲୋୟର ଲେହ ଗ୍ରାମ ବାସିନ୍ଦା ମହମ୍ମଦ ଅଖ୍‌ତର ଏବଂ ଆଉ ଜଣେ ବାସିନ୍ଦା ରିଗkିନ୍‌ ନାମଗ୍ୟାଲଙ୍କ କାମ ବିଶେଷ ଭାବେ ସ୍ମରଣୀୟ । ଅଖ୍‌ତର ଜୁବରହିଲwାରେ ରାତିରାତି ଅନିଦ୍ରା ରହି ୨୦କିଲୋମିଟର ଲେଖାଏଁ ଚାଲିଚାଲି ଯାଇ ସେନା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଯୋଗାଉଥିଲେ । ସେହିପରି ରିଗkିନ ପାହାଡିଆ ରାସ୍ତାରେ ଟ୍ରକ୍‌ ଚଳାଇ ଜରୁରୀ ସାମଗ୍ରୀ ସେନା ନିକଟରେ ପହଞ୍ଚାଉଥିଲେ । ୬୪ବର୍ଷରେ ପହଞ୍ଚିଥିବା ପି. ଆଙ୍ଗଚୁକ୍‌ ଏବେ ବି ଦେଶ ପାଇଁ ସଂଗ୍ରାମରେ ସାମିଲ ହେବାକୁ ଆଗଭର । କାରଗିଲ ଯୁଦ୍ଧ ବେଳେ ସେ ବେସ୍‌ କ୍ୟାମ୍ପ ଯାଏ ତୋପ ଗୋଳା, ଚାଉଳ, ଡାଲି, ଚିନି ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋହି ନେଉଥିଲେ । ସେନାର ସହାୟତା କରିବାରେ ଲଦ୍ଦାଖ ଅଞ୍ଚଳର ମହିଳାମାନେ ବି ପଛାଇ ନଥିଲେ । ରିନେନ୍‌ ଲାମୋ ନାମକ ଜଣେ ମହିଳା କାରଗିଲ ଯୁଦ୍ଧ ସମୟରେ ଗ୍ରାମର ମହିଳାମାନଙ୍କୁ ଏକାଠି କରି ଖାଦ୍ୟ ପ୍ରସ୍ତୁତ କରାଇ ସେନା ନିକଟକୁ ପଠାଉଥିଲେ । ଅର୍ଗାନିକ ଖାଦ୍ୟ ଖାଇଲେ ସୈନିକମାନଙ୍କୁ ବଳ ମିଳିବ ଏବଂ ସେମାନେ ସୁସ୍ଥ ରହି ଶତ୍ରୁ ସହ ଲଢିପାରିବେ ବୋଲି ସେମାନଙ୍କର ଉଦ୍ଦେଶ୍ୟ ଥିଲା । ପ୍ରଥମେ ଯୁଦ୍ଧ ପରିସ୍ଥିତିରେ ସେନା ପାଖକୁ ଯିବା ଲାଗି ସେମାନଙ୍କୁ ଭୟ ଲାଗିଥିଲା । ତେବେ ପାକିସ୍ତାନକୁ ପରାଜିତ କରିବାର ନିଶା ସେମାନଙ୍କୁ ବି ଏମିତି ଘାରିଲା ଯେ ଗୁଳିଗୋଳାର ଭୟ ଆଉ ରହିଲା ନାହିଁ ବୋଲି ଏବେ କାରଗିଲ ଘଟଣାକୁ ମନେପକାଇ ସ୍ଥାନୀୟ ବାସିନ୍ଦା କହନ୍ତି । ବିନା ଅସ୍ତ୍ରଶସ୍ତ୍ର ଏବଂ ସେନା ପୋଷାକରେ ବି ଦେଶସେବା କରାଯାଇପାରେ ବୋଲି ଏହି ସାଧାରଣ ନାଗରିକମାନେ ପ୍ରମାଣ କରିଥିଲେ । ଏବେ ଗଲୱାନାରେ ଚୀନ୍‌ ଦୁଃସାହସ ଦେଖି ଯେକୌଣସି ପରିସ୍ଥିତିରେ ସେନାର ସହାୟତା ପାଇଁ ସେମାନେ ବି ଅଣ୍ଟା ଭିଡି ବସିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

Read More...

ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌

ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page