କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

July 26, 2020, ଦେଶ, , Anupambharat News Bureau


କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ
Anupambharat News Bureau
July 26, 2020

ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁଛ ଯଦି ଜ୍ୱର ପ୍ରତି ଗୁରୁିବ ଦିଆଯିବ ତେବେ ଅନେକ ସଂକ୍ରମଣ ମାମଲାକୁ ରିପୋର୍ଟ କରାଯାଇପାରିବ ନାହିଁଛ ଏମ୍ସ ଦିଲ୍ଲୀ ଅଧୀନରେ ଦୁଇଟି ଫ୍ୟାସିଲିଟିରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛିଛ ୧୪୪ ରୋଗୀଙ୍କ କ୍ଲିନିକାଲ୍‌ ପ୍ରୋଫାଇáୁ ଆଧାର କରି ଏହି ଅଧ୍ୟୟନ ହୋଇଛିଛ ଏହି ଅଧ୍ୟୟନ ଆଇସିଏମ୍‌ଆର୍ର ଭାରତୀୟ ମେଡିକାଲ ଗବେଷଣା ପତ୍ରିକାରେ ପ୍ରକାଶ ପାଇଛିଛ
ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ମାତ୍ର ୧୭ ପ୍ରତିଶତ ରୋଗୀଙ୍କ ଶରୀରରେ ଜ୍ୱର ଥିବା ଜଣାପଡ଼ିଛିଛ ଅନ୍ୟପକ୍ଷେ ବିଶ୍ୱର ଅନ୍ୟ ସ୍ଥାନର ରିପୋର୍ଟPୁ ଯଦି ଏହା ସହ ତୁଳନା କରାଯାଏ ତେବେ ଏହା ଜଣାପଡ଼ିଛି ଯେ, ଚୀ[୍ର କୋହର୍ଟ୍ରେ ୪୪ ପ୍ରତିଶତ ରୋଗୀଙ୍କ ଶରୀରରେ ଜ୍ୱର ଥିବାବେଳେ ୮୮ ପ୍ରତିଶତ ରୋଗୀଙ୍କ ଶରୀରରେ ହସ୍ପିଟାଲ୍ରେ ରହିବା ସମୟରେ ଜ୍ୱର ଥିଲାଛ ତେଣୁ କୋଭିଡ୍‌ ପାଇଁ ଯଦି ଜ୍ୱର ଉପରେ ସର୍ବାଧିକ ଗୁରୁିବ ଦିଆଯିବ ତେବେ ଅନେକ ସଂକ୍ରମଣକୁ ରିପୋର୍ଟ କରାଯାଇପାରିବ ନାହିଁଛ ଜ୍ୱର, କାଶ, କ୍ଳାନ୍ତପଣ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା କରୋନାର ଲକ୍ଷଣ ବୋଲି ସରକାର ଆରମ୍ଭରୁ କହିଥିବା ବେଳେ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ୱାଦ ଏବଂ ଘ୍ରାଣଶକ୍ତି ହ୍ରାସ, ଡାଇରିଆ ଏବଂ ମାଂସପେଶୀ ଯନ୍ତ୍ରଣାକୁ କରୋନାର ନୂଆ ଲକ୍ଷଣ ଭାବେ ଯୋଡ଼ିଛନ୍ତିଛ ତେବେ ଏମ୍ସ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ୪୪ ପ୍ରତିଶତରୁ ଅଧିକ ରୋଗୀଙ୍କ ଶରୀରରେ ସଂକ୍ରମଣର କେଣସି ଲକ୍ଷଣ ନାହିଁଛ ଏହା ବଡ଼ ଚିନ୍ତାର କାରଣଛ କାରଣ ଏହି ଲକ୍ଷଣ ନଥିବା ରୋଗୀ ହିଁ ସଂକ୍ରମଣକୁ ଅଧିକ ବାଇ ଦେଇପାରନ୍ତିଛ
ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସମେତ ୨୯ ଜଣଙ୍କ ଦ୍ୱାରା ଏହି ଅଧ୍ୟୟନ ହୋଇଥିଲାଛ ମାର୍ଚ୍ଚ ୨୩ରୁ ଏପ୍ରିଲ ୧୫ ମଧ୍ୟରେ ରୋଗୀମାନଙ୍କର ହସ୍ପିଟାଲ୍‌ ଆଡମିସନ୍‌ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନ ହୋଇଛିଛ ଅଧ୍ୟୟନରେ ସାମିଲ ହୋଇଥିବା ୧୪୪ ରୋଗୀଙ୍କ ମଧ୍ୟରେ ୯୩ ପ୍ରତିଶତ ପୁରୁଷ ଥିଲେଛ ତେବେ ଏମାନଙ୍କ ମଧ୍ୟରେ ୧୦ ପ୍ରତିଶତ ବିଦେଶ ନାଗରିକ ରହିଥିଲେଛ ୧୪୪ ରୋଗୀଙ୍କ ମଧ୍ୟରେ କେବଳ ୨,୮ ପ୍ରତିଶତ ରୋଗୀ ଗୁରୁତର ଥିଲେଛ ଅନ୍ୟପକ୍ଷେ ବାକି ୯୭.୨ ପ୍ରତିଶତ ରୋଗୀଙ୍କ ଶରୀରରେ ସାମାନ୍ୟ ସଂକ୍ରମଣ ରହିଥିଲାଛ ହସ୍ପିଟାଲ୍ରେ ଆଡମିସନ୍‌ ସମୟରେ ମାତ୍ର ୧୧.୧ ପ୍ରତିଶତ ରୋଗୀଙ୍କ ଶରୀରରେ ଜ୍ୱର ଥିଲାଛ ଅଧ୍ୟୟନରେ ସାମିଲ ୧୪୪ ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲାଛ ତେବେ ଏମାନଙ୍କ ଶରୀରରେ ସଂକ୍ରମଣର ମାତ୍ରା ଖୁବ୍‌ ଅଧିକ ଥିଲାଛ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌,  ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌, ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

Read More...

ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page