ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଇଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ରାଜକୁମାର ଶର୍ମାଙ୍କୁ କୃଷି ଉପିାଦନ କମିଶନର ଭାବେ ଦାୟିତ୍ୱ ଦିଆ ଯାଇଛି । ସେହିପରି ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗର ପ୍ରିନସିପାଲ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱରେ ରହିବେ । ସତ୍ୟବ୍ରତ ସାହୁଙ୍କୁ ଏମଏସଏମଇ ବିଭାଗର ପ୍ରିନସିପାଲ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ସେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରିନ୍ସିପାଲ ସଚିବର ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିପରି ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରିନସିପାଲ ସଚିବ ଭାବେ ଦାୟିତ୍ୱ ଦିଆଯିବା ସହ ସିଡିଏର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଚିତ୍ରା ଅରମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରିନସିପାଲ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛିା