ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୫୦ ପାର

July 28, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୫୦ ପାର
Anupambharat News Bureau
July 28, 2020

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ତିନି ଜଣ ଗଞ୍ଜାମ ଜିଲ୍ଲାର ହୋଇଥି ବା ବେଳେ ରାୟଗଡା ଜିଲ୍ଲାରୁ ଦୁଇ ଓ ଖୋର୍ଦ୍ଧା, କଟକ ଜିଲ୍ଲାର ଜଣେ ଜଣେ ଅଛନ୍ତି । ବିଭାଗ ପକ୍ଷରୁୂ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତୁ୍ୟ ବରଣ କରିଛନ୍ତି । ସେହିପରି ରାୟଗଡା ଜିଲ୍ଲାର ଜଣେ ୭୨ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମଧ୍ୟ ମୃତୁ୍ୟ ବରଣ କରିଥିବା ସୂଚନା ଦିଆଯାଇଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର ଜଣେ ୩୧ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତୁ୍ୟ ବରଣ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ଜଣେ ୪୫ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ଆସ୍ଥମା ଓ ଡାଇବେଟିସରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ପାଞ୍ଚ ବର୍ଷୀୟ ଶିଶୁର ମୃତୁ୍ୟ ଘଟିଛି । ସେ ସେରେବ୍ରାଲ ପାଲସି ଓ ସିଜର ଡିସର୍ଡରରେ ପୀଡିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

Read More...

୨୯ରେ ମାଟ୍ରିକ ପରୀକ୍ଷା ଫଳ

୨୯ରେ ମାଟ୍ରିକ ପରୀକ୍ଷା ଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page