ରାଜ୍ୟରେ ଆଉ ୧୨୦୩ ପଜିଟିଭ

July 30, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ଆଉ ୧୨୦୩ ପଜିଟିଭ
Anupambharat News Bureau
July 30, 2020

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): ରାଜ୍ୟରେ ଆଉ ୧୨୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୦୩୭୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୨୦୩ ଜଣଙ୍କ ମଧ୍ୟରୁ ୭୫୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୪୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୨୫୦ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୧୫ , ବାଲେଶ୍ୱର ଜିଲ୍ଲାରେ ୨୦ ଜଣ, ବରଗଡ ଜିଲ୍ଲାରେ ୧୨, ଭଦ୍ରକ ଜିଲ୍ଲାରେ ୫୩ , ବଲାଙ୍ଗୀର ଜିଲ୍ଲାରେ ୬, ବୌଦ୍ଧ ଜିଲ୍ଲାରେ ୩, କଟକ ଜିଲ୍ଲାରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ ଜିଲ୍ଲାରେ ୮. ଢେଙ୍କାନାଳ ଜିଲ୍ଲାରେ ୩, ଗଜପତି ଜିଲ୍ଲାରେ ୭୨, ଜଗତସିଂହପୁର ଜିଲ୍ଲାରେ ୮, ଯାଜପୁର ଜିଲ୍ଲାରେ ୬୪, କଳାହାଣ୍ଡି ଜିଲ୍ଲାରେ ୪. କନ୍ଧମାଳ ଜିଲ୍ଲାରେ ୧୪, କେନ୍ଦ୍ରାପଡା ଜିଲ୍ଲାରେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୧, ଖୋର୍ଧା ଜିଲ୍ଲାରେ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୬୬ ଜଣ, ମାଲକାନଗିରି ଜିଲ୍ଲାରେ ୬୫, ମୟୁରଭଂଜ ଜିଲ୍ଲାରେ ୧୬, ନବରଙ୍ଗପୁୁରରେ ୪, ନୟାଗଡ ଜିଲ୍ଲାରେ ୨୪, ପୁରୀ ଜିଲ୍ଲାରେ ୯, ରାୟଗଡା ଜିଲ୍ଲାରେ ୪୫, ସମ୍ବଲପୁର ଜିଲ୍ଲାରେ ୪୦, ସୋନପୁର ଜିଲ୍ଲାରେ ୪ ତଥା ସୁନ୍ଦରଗଡ ଜିଲ୍ଲାରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

Read More...

ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page