ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା ।
ଏହାପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ଥିଲେ । ୨୦୧୬ରେ ସେ ରାଜନୀତିରେ ସକ୍ରିୟ ଥିଲେ । ତେବେ ଗତ ୭ ମାସ ଧରି ସେ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷ ସମୟରେ କେବଳ ପତ୍ନୀଙ୍କ ତାଙ୍କ ପାଖରେ ଉପସ୍ଥିତ ଥିଲେ । ରାଜନୈତିକ ଜୀବନରେ ଅମରଙ୍କର ଉତ୍ଥାନ ପତନ ଲାଗି ରହିଥିଲା । ଏକଦା ସେ ସମାଜବାଦୀ ପାର୍ଟିର ସବୁଠାରୁ ଟାଣୁଆ ନେତା ଥିଲେ । ତେବେ ସମାଜବାଦୀ ପାର୍ଟିର ନେତୃତ୍ୱ ଅଖିଳେଶ ଯାଦବଙ୍କ ହାତକୁ ଗଲା ପରେ ଅମରଙ୍କ ଗୁରୁତ୍ୱ କମିଥିଲା ।
ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା: ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍ ରହିବ
Read More...