ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ

August 02, 2020, ଦେଶ, , Anupambharat News Bureau


ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ
Anupambharat News Bureau
August 02, 2020

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଆଉ ୩ ଦିନ ବାକି ରହିଛି । ଭୂମିପୂଜନ ପାଇଁ ଆୟୋଜନ କାର୍ଯ୍ୟକ୍ରମ ଜୋର ସୋରରେ ଚାଲିଛି ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ । ଏହା ପୂର୍ବରୁ ହନୁମାନ ଗଢିରେ ୩ ମିନିଟ ପୂଜା କରିବେ ।
ସୂଚନା ଅନୁଯାୟୀ, ମୋଦି ଅଗଷ୍ଟ ୫ ତାରିଖରେ ସକାଳ ୧୧ଟା ରୁ ୧୧ଟା ୧୫ ମିନିଟ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିବେ । ସେଠାରେ ସେ ପାଖାପାଖି ୩ ଘଣ୍ଟା ରହିବେ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଯୋଧ୍ୟାରୁ ବାହାରିବେ । ହନୁମାନ ଗଢିର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ମୋଦି ଭୂମିପୂଜନ ପାଇଁ ଆସୁଛନ୍ତି । ଭୂମିପୂଜନ ପୂର୍ବରୁ ହନୁମାନଗଢି ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ଏଠାରେ ବିଶେଷ ପୂଜା ବ୍ୟବସ୍ଥା ରହିବ ମହନ୍ତ କହିଛନ୍ତି ଯେ ତାଙ୍କୁ ୭ ମିନିଟ ସମୟ ଦିଆଯାଇଛି । ଏହି ୭ ମିନିଟ ମଧ୍ୟରେ ପୂଜା ଓ ଯିବା ଆସିବା କରିବେ ମୋଦି ହନୁମାନଗଢିରେ ପୂଜା କରିବା ପରେ ମାନସ ଭବନରେ ପୂର୍ବ ର୍ନିମିତ ମନ୍ଦିର ଯିବେ ସେଠାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ରଖାଯାଇଛି । ଏହାପରେ ସେ ଭୂମିପୂଜନ ପାଇଁ ରାମ ଜନ୍ମଭୂମି ଯିବେ । କାର୍ଯ୍ୟକ୍ରମ ସ୍ଥଳରେ ଏକ ଛୋଟ ମଞ୍ଚ ତିଆରି କରାଯାଉଛି ସେଠାରୁ ମୋଦି ସନ୍ଥଙ୍କୁ ସମ୍ବୋଧିତ କରିବେ । ମଞ୍ଚ ଉପରେ କେବଳ ୫ ଜଣ ହିଁ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆଇଏସଏସ ମୁଖ୍ୟ ମୋହନ ଭାଗବତ ଓ ମନ୍ଦିର ତ୍ରସ୍ତ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚରେ ଉପସ୍ଥିତ ରହିବେ । ଭୂମିପୂଜନ ପାଇଁ ଅତିଥିଙ୍କ ତାଲିକାରେ କିଛିଟା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ୨୦୦ ଜଣଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି କୁହାଯାଇଥିଲା ।
କି;ୁ ବର୍ତ୍ତମାନ ୧୭୦ ଜଣଙ୍କୁ ହିଁ ଆମନ୍ତ୍ରିତ କରାଯିବ । ବିଜେପିର କିଛି ନେତା ଓ ସନ୍ଥଙ୍କ ନାଁ ଅତିଥି ତାଲିକାରୁ ହଟାଇ ଦିଆଯାଇଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି । ଏହି ଦୁଇ ନେତା ଅଯୋଧ୍ୟ୍ୟ ଆସିବାକୁ ଅସମର୍ଥ ବୋଲି ଜଣାପଡିଛି । ତାଲିକାରେ ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ନାଁ ମଧ୍ୟ ନାହିଁ ଯେଉଁମାନେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ଥିଲେ । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ ତାରିଖରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ମନ୍ଦିର ନିର୍ମାଣ ଲାଗି ଆଧାର ଶିଳା ରଖିବେ । ତେବେ ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଟୁଇଟ୍‌ ମନ୍ଦିର ରାଜନୀତିକୁ ପୁଣି ଉଷ୍ମ କରିଛି ।
ଦିଗବିଜୟ ସିଂହ ତାଙ୍କ ଟୁଇଟର୍‌ ହ୍ୟାଣ୍ଡଲରେ ଭଗବାନ ଶ୍ରୀରାମ ଆମ ଆସ୍ଥାର କେନ୍ଦ୍ର ବୋଲି ଉଲ୍ଲେଖ କରିଛନ୍ତି । ସାରା ଦେଶ ରାମଙ୍କ ଭରସାରେ ଚାଲିଛି । ଏଣୁ ଆମ ସମସ୍ତଙ୍କର ଇଛା ଅଯୋଧ୍ୟା ରାମ ଜନ୍ମଭୂମିରେ ଶୀଘ୍ର ଅତିଶୀଘ୍ର ଏକ ଭବ୍ୟ ମନ୍ଦିରର ନିର୍ମାଣ ହେଉ ଓ ରାମ ଲଲା ସେଠାରେ ବିରାଜମାନ କର;ୁ ।
ସ୍ୱର୍ଗତ ରାଜୀବ ଗାନ୍ଧି ମଧ୍ୟ ଏହା ଚାହୁଁଥିଲେ ବୋଲି ଦିଗବିଜୟ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି । ଦିଗବିଜୟଙ୍କ ପୂର୍ବରୁ ଅଯୋଧ୍ୟା ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣକୁ ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ମଧ୍ୟ ସ୍ୱାଗତ କରିଥିଲେ ।ଏବେ ଦିଗବିଜୟ ପରୋକ୍ଷରେ ଏହାକୁ ସମର୍ଥନ କରିଥିବା ବେଳେ ଦେଶ ରାମ ଭରସାରେ ଥିବା ଓ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ବୋଲି କହିବା ପ୍ରସଙ୍ଗକୁ ବିବଦିତ କରିଛି । ତେବେ ଦିଗVିଙ୍କ ମନ୍ତବ୍ୟକୁ ନେଇ କେହି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

Read More...

କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page