‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ

May 18, 2019, ଓଡ଼ିଶା, , Anupambharat News Bureau


‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ
Anupambharat News Bureau
May 18, 2019

କେନ୍ଦ୍ରାପଡା, ୧୮ା୫(ଅନୁପମ ମିଡିଆ) : ଫନି ମାଡରେ ଧ୍ୱସ୍ତ ବିଧ୍ୱସ୍ତ କେନ୍ଦ୍ରାପଡା ଜିଲ୍ଲା । ଫନି ଗ୍ରାସ କରିଛି ଗାଁ ଗଣ୍ଡା ସହର ବଜାର ସବୁ କିଛି । ଫନିର କବଳରେ ଚାଷ ବାସ ସବୁ କିଛି କବଳିତ ଓ ଧ୍ୱସଂ । ତେବେ ୧୯୯୯ ମସିହା ମହାବାତ୍ୟା ଏବଂ ପରେ ପରେ ହୁଡହୁଡ, ଫାଇଲିନ୍‌ ଓ ତିତ୍‌ଲି ପ୍ରଭୃତି ଛୋଟବଡ ଝଡକୁ ସାମନା କରିଥିବା କେନ୍ଦ୍ରାପଡାର ଲୋକେ ନିଜ ସଚେତନତା ଯୋଗୁଁ ଅନେକ ମାତ୍ରାରେ ସୁରକ୍ଷିତ ରହିବାରେ ସଫଳ ହୋଇଛନ୍ତି । ଜୀବନ ସିନା ଫନି କବଳରୁ ରକ୍ଷା ପାଇ ଯାଇଛି କିନ୍ତୁ ଫନି ଛଡେଇ ନେଇଛି ସେମାନଙ୍କର ଜୀବନଜୀବିକା । ଶହଶହ ହେକଫର ରବି ଫସଲ ଏବଂ ପନି ପରିବା କ୍ଷେତ ଉଜୁଡି ଯାଇଛି । ନିଜ କ୍ଷେତରେ ସୁନାର ଫସଲ ଫଳେଇଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସି ରହିଛି । ଉପକୂଳ ଜିଲ୍ଲା ଭାବରେ କେନ୍ଦ୍ରାପଡା ପ୍ରତିବର୍ଷ ବାତ୍ୟା ବନ୍ୟା ପରି ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ବିଗତ କିଛି ବର୍ଷର ଇତିହାସକୁ ପର୍ଯ୍ୟାଲୋଚନା କଲେ ଯାହା ଜଣା ପଡେ ଯେ ବାତ୍ୟା କେନ୍ଦ୍ରାପଡା ଜିଲ୍ଳାର ପ୍ରଭୁତ କ୍ଷତି ଘଟାଇଛି । କେନ୍ଦ୍ରାପଡା ଏକ ବାତ୍ୟା ପ୍ରବଣ ଅଂଚଳ ଭାବେ ଏବେ ସାରା ବିଶ୍ୱରେ ପରିଚିତ ଳାଭ କରିଛି । ତେବେ ଚଳିତ ବାତ୍ୟା ଫନି କେନ୍ଦ୍ରାପଡାକୁ ପ୍ରାୟ ୨୦ ବର୍ଷ ପଛକୁ ନେଇ ଯାଇଛି କହିଲେ ଅତୁ୍ୟକ୍ତି ହେବନି । ମେ ମାସ ୩ ତାରିଖରେ ପ୍ରାୟ ୭ ଘଂଟା ଧରି ଫନିର ତାଣ୍ଡବ ଦେଖିଥିଲା କେନ୍ଦ୍ରାପଡା । ଏଥିପାଇଁ ପୂର୍ବରୁ ସରକାର ସତର୍କ କରାଇଥିଲେ । ସମୁଦ୍ର କୂଳିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାାଇଥିଲା । ଗାଈ ଗୋରୁ ଛେଳି ମେ„ା ଗୃହପାଳିତ ପଶୁ ପ୍ରଭୃତିଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶାସନ ବେଶ୍‌ ଯତ୍ନବାନ ହୋଇଥିଲେ । ପ୍ରାଶାସନିକ ସହାୟତା ଓ ସାଧରଣ ଜନତାଙ୍କ ସଚେତନତା ଜୀବନ କ୍ଷୟକ୍ଷତିକୁ ଅନେକ ପରିମାଣରେ ରୋକି ପାରିଥିଲେ ବି ଜୀବନ ସିନା ରକ୍ଷା ପାଇଗଲା କିନ୍ତୁ ଧନ ରକ୍ଷା କରି ପାରିଲେନି କେନ୍ଦ୍ରାପଡାର ଲୋକମାନେ । କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର ଅସଲ ଧନ କୁହାଯାଉଥିବା ଚାଷ ଏହି ବାତ୍ୟାରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବାତ୍ୟାରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ରବି ଫସଲ । ଜିଲ୍ଲାର ଶହଶହ ଏକର ଜାଷ ଜମିରେ ମୁଗ ବିରି ପ୍ରଭୃତି ବାତ୍ୟା ପବନରେ ଫାଟି ବିଲରେ ପଡିଛିି । ଏମିତିକି ବିଲରେ ହିଁ ଗଜା ହୋଇ ଯାଇଛି ରବି ଫସଲ । ଫସଲ ଅମଳ କରି ଘରକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ ଆଖିରୁ ଏବେ ଲୁହ ସୁଖୁନି । ଏ ତ ଗଲା ରବି ଫସଲର ଚିତ୍ର ।
ଜିଲ୍ଲାରେ ପନିପରିବା ଚାଷ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ଆଳି, ପଟାମୁଣ୍ଡାଇ, ରାଜନଗର, ମହାକଳପଡା, କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ପାଟକୁରା ପ୍ରଭୃତି ଅଂଚଳରେ ହୋଇଥିବା ଖରାଦିନିଆ ଫସଲ ବାତ୍ୟାମାଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଗଡା, ତୁଣୁପୁର ଅଂଚଳରେ ଲୁଣାନଦୀ ପଠାରେ ହୋଇଥିବା ବିଭିନ୍ନ ପ୍ରକାର ଖରାଦିନିଆ ପରିବା ଉଜୁଡି ଯାଇଛି । ଫଳରେ ବାତ୍ୟା ପରବର୍ତୀ ଅବସ୍ଥାରେ ଜିଲ୍ଲାରେ ସବୁଜ ପରିବା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ସେହି ଭଳି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ପ୍ରାୟ ଶତାଧିକ ଏକର ମୁଗ ଓ ବିରି ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଡେରାବିଶ ବ୍ଲକ୍‌ ତିଲଙ୍ଗ ଗ୍ରାମରେ ଥିବା ପାନଚାଷୀମାନେ ମଧ୍ୟ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଏହି ଗାଁରେ ପ୍ରାୟ ୫ ଏକରରୁ ଅଧିକ ପାନ ବରଜ ମାଟିରେ ଲୋଟୁଛି । ଜିଲ୍ଲା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଜିଲ୍ଲାରେ ପ୍ରାୟ ୩ ଶହ ୭୦ ହେକଫର ଦାଳୁଅ ଧାନ, ୨୧ ଶହ ୬୧ ଏକର ଖରାଦିନିଆ ପରିବା, ୧୦୨ ପଏଂଟ ପାନ, ୨୯ ଶହ ୩୧ ହେକଫର ମୁଗ ଚାଷ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଚଳିତ ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜିଲ୍ଲାର ବନ ସବୁଜୀମା । ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ବଡବଡ ଗଛ ବାତ୍ୟା ମାଡରେ ଉପୁଡି ପଡିଛି । ଯାହାକି ଜିଲ୍ଲାର ସବୁଜୀମାକୁ ପ୍ରାୟ ୨୦ ବର୍ଷ ପଛକୁ ନେଇ ଯାଇଛି । ତେବେ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ ଚାଲିଛି । ଖୁବ୍‌ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ମିତ୍ରୋଦୟ ଦାସ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ

ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ

Read More...

କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ

କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page