ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

August 05, 2020, ବିଦେଶ, , Anupambharat News Bureau


ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ
Anupambharat News Bureau
August 05, 2020

ବେରୁଟ୍‌: ଲେବାନନ୍‌ ରାଜଧାନୀ ବେରୁଟ୍‌ ସହରରେ ଭୟଙ୍କର ବିସ୍ପୋରଣ । ବିସ୍ପୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି ।
ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆସୁଛି । ତେବେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏତେ ପର୍ଯ୍ୟନ୍ତ ଜଣାପଡିନାହିଁ । କି;ୁ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । କେଉଁ କାରଣରୁ ଏତେ ବଡ଼ ବିସ୍ପୋରଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ରାଜଧାନୀ ସଂପୂର୍ଣ୍ଣ ଧୁଆଁମୟ ହୋଇଯାଇଥିଲା । ପୂରା ସହର ଥରି ଉଠିଥିଲା । କୋଣସି ପରମାଣୁ ବୋମା ପଡ଼ିବାର ଭ୍ରମ ସୃଷ୍ଟି ହୋଇଥିଲା । ପ୍ରଥମେ ଏକ ସ୍ଥାନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ କିଛି ସମୟ ପରେ ଏଥିରେ ବିସ୍ପୋରଣ ହୋଇଥିଲା ।
ଲେବାନନ ସରକାର ସମସ୍ତ ହସ୍ପିଟାଲ୍‌ କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଧ୍ୟାରେ ଲେବାନାନର ରାଜଧାନୀ ବେରୁଟ ବିସ୍ପୋରଣ ହୋଇଥିଲା । ନଦୀ କୂଳରେ ଠିଆ ହୋଇଥିବା ଏକ ଜାହାଜରେ ଜୋରଦାର ବିସ୍ପୋରଣ ହୋଇଥିଲା । ଯାହାଫଳରେ କି ନିଆଁ ଚାରିଆଡେ ଲାଗିଯାଇଥିଲା । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ପର୍ଯ୍ୟନ୍ତ ଘରଗୁଡିକ ନଷ୍ଟ ହୋଇ ଯାଇଥିଲା । ବିସ୍ପୋରଣରେ କାରଗୁଡିକ ତିନି ମହଲାକୁ ଛାତର ଉଚ୍ଚତା ପର୍ଯ୍ୟନ୍ତ ଉଡିଥିଲା ।
ସ୍ଥାନିୟ ଅଞ୍ଚଳରେ ଥିବା କିଛି ବିଲଡିଂ ମଧ୍ୟ ଭୁଶୁଡି ପଡିଛି । ଘଟଣାକୁ ନେଇ ଲେବାନନ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିସ୍ପୋରଣର ଶବ୍ଦ ସାରା ଦେଶରେ ଶୁଣିବାକୁ ମିଳିଛି । କେଉଁ ପ୍ରକାର ବିସ୍ପୋରଣ, ଆମେ ରକେଟ୍‌ ଷ୍ଟ୍ରାଇକ୍‌ କିମ୍ବା ବିସ୍ପୋରକ ସହିତ ଜାହାଜ ଉଡ଼ାଇଥିବାର ସନ୍ଦେହ କରୁଛୁ । ଏହା ଉଦ୍ଦେଶ୍ୟମୂଳକ ଭାବରେ ହୋଇଥାଇପାରେ, କିମ୍ବା କାରଣ ଅନ୍ୟ କିଛି ହୋଇପାରେ । ସେହିପରି ଲେବାନାନର ଭାରତୀୟ ଦୂତାବାସ ସହାୟତା ପାଇଁ ଏକ ହେଲ¬ଲାଇନ ନମ୍ବର ଜାରି କରିଛି ।
ଲେବାନନରେ ହୋଇଥିବା ବିସ୍ପୋରଣ ପରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ଆମେରିକା ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି । ସେହିପରି ସାଉଦି ଆରବ ମଧ୍ୟ ଲେବାନନ୍‌ ସରକାରଙ୍କୁ ସହାୟତା ପଠାଇବା ବିଷୟରେ କଥା ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଡ୍‌ମି ୯ ପ୍ରାଇମ୍‌ ବଜାର ପ୍ରବେଶ

ରେଡ୍‌ମି ୯ ପ୍ରାଇମ୍‌ ବଜାର ପ୍ରବେଶ

Read More...

ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page