ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜର କରୋନା ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଅନ୍ୟମାନଙ୍କର ସ୍ୱାବ୍ ନିଆଯାଇଥିଲା । ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା ।