ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

August 06, 2020, ଦେଶ, , Anupambharat News Bureau


ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର
Anupambharat News Bureau
August 06, 2020

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଛି । ସମ୍ମାନ-ହାନି ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀଯୁଗଳଙ୍କୁ ଜୀବିତ ଜଳାଇ ଦେଇଛନ୍ତି । ଅନର କିଲିଂର ଏହି ମାମଲା ମଣ୍ଟୌନ୍ଧ ଥାନା ଅଞ୍ଚଳର କରଛା ଗାଁର ।
ଏହି ଅଭାବନୀୟ ଘଟଣା ପରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ ଘଟିଛି । ମାମଲାର ସମ୍ବେଦନ ଶୀଳତାକୁ ଦେଖି କାନପୁର ହସ୍ପିଟାଲରେ ଡିଆଇଜି ଏବଂ ଏସପି ପହଞ୍ଚିଥିଲେ । ସେଠାରେ ଅନେକ ସଂଖ୍ୟାରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ ଗାଁର ଜଣେ ଯୁବକଙ୍କ ସେହି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ଚାଲିଥିଲା । ଗତକାଲି ସନ୍ଧ୍ୟାରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଦେଖା କରିବାକୁ ତାଙ୍କ ଘରେ ଡକାଇଥିଲେ । ଏହା ବିଷୟରେ ପ୍ରେମିକାଙ୍କ ପରିବାର ଲୋକେ ଜାଣି ଯାଇଥିଲେ । ପ୍ରେମିକାଙ୍କ ପରିବାର ଲୋକେ ରାଗି ଯାଇ ଉଭୟଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ତାଙ୍କୁ ରୁମ୍‌ ଭିତରେ ବନ୍ଦ କରି ଜୀବନ୍ତ ନିଆଁ ଲଗାଇ ଦେଇଥିଲେ । ଯୁବତୀଙ୍କ ପରିବାର ଲୋକେ ପ୍ରେମିକ ଏବଂ ଝିଅକୁ ପ୍ରଥମେ କୁରାଢ଼ୀରେ ହାଣି ଆହତ କରିଥିଲେ ଏହା ପରେ ରୁମରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଏହା ଦ୍ୱାରା ପ୍ରେମୀ ଯୁଗଳ ଜୀବନ୍ତ ଜଳି ଯାଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ ଯୁବକଙ୍କ ବାପା ଯୁବତୀଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ପୋଲିସ୍‌ ମାମଲାର ତଦନ୍ତ କରୁଛି । ପୋଲିସ୍‌ ଏହି ମାମଲାରେ ୯ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି ।
ପୋଲିସ୍‌ ଅନର କିଲିଂ ମାମଲାରେ ଯୁବତୀଙ୍କ ବାପା ହୁକୁମ ସିଂହ,ଭାଇ ଲଖRୁ ଓରଫ ଲାଖନ ସିଂହକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ୍‌ ଯୁବତୀଙ୍କ ମାଆ ଆଶା ଏବଂ ଅନ୍ୟ ପୁଅ ଫୁଲ ଚନ୍ଦ୍ରକୁ ଗିରଫ କରିଛି । ଏବେ ସୁଦ୍ଧା ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇସାରିଛି । ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅଙ୍କୁ ଷଡ଼ଯନ୍ତ୍ର କରି ଡକାଇ ଏପରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ

କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ

Read More...

ବର୍ଷାରେ ବେହାଲ୍‌ ମାୟାନଗରୀ

ବର୍ଷାରେ ବେହାଲ୍‌ ମାୟାନଗରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page