ଆସିଲେ ୧୮୩୩, ଗଲେ ୧୮୧୦

August 07, 2020, ଓଡ଼ିଶା, , Anupambharat News Bureau


ଆସିଲେ ୧୮୩୩, ଗଲେ ୧୮୧୦
Anupambharat News Bureau
August 07, 2020

ଆଜି ରାଜ୍ୟରେ ଉଭୟ ସୁସ୍ଥ ଓ ଆକ୍ରାନ୍ତରେ ରେକର୍ଡ଼ ହୋଇଛି । ଆଜି ୧୮୧୦ ସୁସ୍ଥ ହୋଇଥିବା ବେଳେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ଙ୍କ ସଂଖ୍ୟା ବଢ଼ି ୨୮,୬୯୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୦୦, ଖୋର୍ଦ୍ଧାରୁ ୨୦୨ ଓ କଟକ ଜିଲ୍ଲାରୁ ୧୪୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ୧୩୬, ଢ଼େଙ୍କାନାଳ ଜିଲ୍ଲାରୁ ୧୧୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି । ଅନୁରୂପ ଭାବେ ସମ୍ବଲପୁର ଜିଲ୍ଲାରୁ ୬୨, ରାୟଗଡ଼ା ଜିଲ୍ଲାରୁ ୫୫, କେନ୍ଦୁଝର ଜିଲ୍ଲାରୁ ୩୭ ଓ ଅନୁଗୋଳ ଜିଲ୍ଲାରୁ ୩୪ ଜଣ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । କଳାହାଣ୍ଡି ଜିଲ୍ଲାରୁ ୨୪, କୋରାପୁଟ ଜିଲ୍ଲାରୁ ୨୨, ଯାଜପୁର ଜିଲ୍ଲାରୁ ୨୦, ବରଗଡ଼ ଜିଲ୍ଲାରୁ ୧୯ ଓ ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧୫, ମୟୂରଭଞ୍ଜ ଜିଲ୍ଲାରୁ ୧୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, ଦେବଗଡ଼ ଓ ନବରଙ୍ଗପୁରରୁ ୧୧-୧୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭାବେ ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୮-୮ ଜଣ, ପୁରୀରୁ ୬ ଜଣ, ବୌଦ୍ଧରୁ ୫, ସୋନପୁରରୁ ୪ ଓ ମାଲକାନଗିରିରୁ ୩ ଜଣ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ଆଜି ଚିହ୍ନଟ ହୋଇଥିବା ୧୮୩୩ ଜଣଙ୍କ ମଧ୍ୟରୁ ୧୧୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ୨୭୯ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ନ’, ବାଲେଶ୍ୱର ଜିଲ୍ଲାରେ ୬୯ , ବରଗଡ ଜିଲ୍ଲାରେ ଆଠ, ଭଦ୍ରକ ଜିଲ୍ଲାରେ ୫୦, ବଲାଙ୍ଗିର ଜିଲ୍ଲାରେ ୩୭,ବୌଦ୍ଧ ଜିଲ୍ଲାରେ ୩୪,କଟକ ଜିଲ୍ଲାରେ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୩, ଗଜପତି ଜିଲ୍ଲାରେ ୩୫, ଜଗତସିଂହପୁର ଜିଲ୍ଲାରେ ୧୬, ଯାଜପୁର ଜିଲ୍ଲାରେ ୬୦. ଝାରସୁଗୁଡା ଜିଲ୍ଲାରେ ୩୦, କଳାହାଣ୍ଡି ଜିଲ୍ଲାରେ ୮୪. କନ୍ଧମାଳ ଜିଲ୍ଲାରେ ୧୬, କେନ୍ଦ୍ରାପଡା ଜିଲ୍ଲାରେ ୩୪,କେନ୍ଦୁଝର ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୪୭ ଜଣ, ମାଲକାନଗିରି ଜିଲ୍ଲାରେ ୩୬ , ମୟୂରଭଞ୍ଜ ଜିଲ୍ଲାରେ ୩୪, ନବରଙ୍ଗପୁୁରରେ ୧୧, ନୟାଗଡ ଜିଲ୍ଲାରେ ୬୧, ନୂଆପଡା ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୬୭ , ରାୟଗଡା ଜିଲ୍ଲାରେ ୧୫୨, ସମ୍ବଲପୁର ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୩୩ ତଥା ସୁନ୍ଦରଗଡ ଜିଲ୍ଲାରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଉଭୟ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟାରେ ସର୍ବାଧିକ ରହିଛି । ଅନ୍ୟ ପକ୍ଷରେ ମୃତୁ୍ୟରେ ମଧ୍ୟ ଆଜି ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗିରିଶ ମୁର୍ମୁ ଶପଥ ନେଲେ

ଗିରିଶ ମୁର୍ମୁ ଶପଥ ନେଲେ

Read More...

ଅଗଷ୍ଟରେ ଡରାଇଲାଣି କରୋନା:  ସପ୍ତାହକରେ ନେଲାଣି ୭୧ ମୁଣ୍ଡ

ଅଗଷ୍ଟରେ ଡରାଇଲାଣି କରୋନା: ସପ୍ତାହକରେ ନେଲାଣି ୭୧ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page