ସଂଜୟ ଦତ୍ତ ଅସୁସ୍ଥ

August 09, 2020, ଦେଶ, , Anupambharat News Bureau


ସଂଜୟ ଦତ୍ତ ଅସୁସ୍ଥ
Anupambharat News Bureau
August 09, 2020

ମୁମ୍ବାଇ: ଅଭିନେତା ସଂଜୟ ଦତ୍ତ ଅସୁସ୍ଥ । ତାଙ୍କୁ ତୁରନ୍ତ ଲୀଳାବତୀ ହସପିଟାଲରେ ଭର୍ତ୍ତୀ କରାଯାଇଛି । ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ସଂଜୟ ଦତ୍ତ ହଠାତ ଅସୁସ୍ତ ହୋଇ ପଡିଥିଲେ । ତେବେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସଙ୍ଗେ ସଙ୍ଗେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।
ବଡ଼ ଆଶ୍ୱସ୍ତିକର ଖବର ହେଲା ସଂଜୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଛତାଙ୍କୁ ଏବେ ଅଣ କରୋନା ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଛି । ତେବେ ସଂଜୟ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବି ସେଭଳି କିଛି ଚିନ୍ତାର କାରଣ ନଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ ।
କିଛି ରୁଟିନ ପରୀକ୍ଷା କରାଯିବା ସହ ସଂଜୟଙ୍କୁ ଆଜି ରାତିରେ ଲୀଳାବତୀ ହସପିଟାଲରେ ହିଁ ରହିବାକୁ ପଡିବ । ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବା ବୋଲି ଜଣା ଯାଇଛି । ସେ କରୋନା ସଂକ୍ରମିତ ହୋଇ ନଥିବାରୁ ତାଙ୍କ ସ୍ୱାସ୍ଥାବସ୍ଥା ନେଇ ସେଭଳି କିଛି ଚିନ୍ତା ନାହିଁ ବୋଲି ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

Read More...

୧ ଟଙ୍କା ଦାନରେ ରାମ ମନ୍ଦିର

୧ ଟଙ୍କା ଦାନରେ ରାମ ମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page