ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

August 09, 2020, ବିଦେଶ, , Anupambharat News Bureau


ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ
Anupambharat News Bureau
August 09, 2020

କଲୋମ୍ବୋ: ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ରବିବାର ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଏଥିଲାଗି କେଲାନିୟା ବୁଦ୍ଧ ମନ୍ଦିରରେ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ରାଜଧାନୀ କଲମ୍ବୋ ସହର ବାହାରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ଦେଶର ରାଜନୈତିକ ସମୂଦାୟଙ୍କ ସମେତ ନିର୍ବାଚିତ ପାର୍ଟି ଓ ବିରୋଧୀ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜପକ୍ଷେଙ୍କ ପାର୍ଟି ସଂସଦର ୨୨୫ ଆସନରୁ ୧୪୫ଟି ଆସନ ହାତେଇବାରେ ସମର୍ଥ ହୋଇଛି । ମହିନ୍ଦା ରାଜପକ୍ଷେଙ୍କ ନୂଆ ମନ୍ତ୍ରୀମଣ୍ଡଳ ଆଗାମୀ ସପ୍ତାହ ଶେଷ ବେଳକୁ ଶପଥ ଗ୍ରହଣ କରିବ ବୋଲି ଜଣାପଡିଛି । ନିର୍ବାଚନ ଆୟୋଗ ଚଳିତ ନିର୍ବାଚନକୁ ଐତିହାସିକ ବୋଲି କହିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ନିର୍ବାଚନରେ ଏହା ସବୁଠୁ ଶାନ୍ତିପୂର୍ଣ୍ଣ ନିର୍ବାଚନ ଥିଲା । ଯେଉଁଥିରେ ଦେଶର ୭୧ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଦେଶରେ ନୂଆ ସରକାର ସ୍ଥାପନା ଲାଗି ଜନାଦେଶ କରିଛନ୍ତି ।
ବିଶ୍ୱର ଅନ୍ୟ ଦେଶଙ୍କ ଭଳି ଶ୍ରୀଲଙ୍କାରେ ମଧ୍ୟ କୋଭିଡ-୧୯ର ପ୍ରକୋପ ଜାରି ରହିଛି । ଏଣୁ କୋଭିଡ ସତର୍କତା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦେଶରେ ଏପର୍ଯ୍ୟନ୍ତ ୨ହଜାର ୮୦୦ ଜଣ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବୟା ରାଜପକ୍ଷେଙ୍କ ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ନୂଆ ସଂସଦର ବୈଠକ ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

Read More...

୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page