କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

August 09, 2020, ଦେଶ, , Anupambharat News Bureau


କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ
Anupambharat News Bureau
August 09, 2020

ବିଜୟୱାଡା, ୯ା୮: ରବିବାର ସକାଳେ ବିଜୟୱାଡା କୋଭିଡ କେୟାର ସେଣ୍ଟର ରୂପେ ବ୍ୟବହାର କରାଯାଉଥିବା ସ୍ୱର୍ଣ୍ଣ ପ୍ୟାଲେସ ହୋଟେଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡïୀଙ୍କ ସହ ଆଲୋଚନା କରି ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ଘଟଣାରେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ଘଟଣାରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ନିଆଁ ଲାଗିବା ସମ୍ପର୍କରେ ସୂଚନା ମିଳିବା ପରେ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ଝରକା ଦେଇ ରୋଗୀଙ୍କୁ ବାହାରକୁ ଅଣା ଯାଇଥିଲ । ନିଆଁ ଲାଗିବା ବେଳେ ସେଠାରେ ୩୦ ଚିକିତ୍ସିତ ହେଉଥିଲେ । ଘଟଣାରେ ରୋଗୀଙ୍କୁ ଅନ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଜୟୱାଡା ସହର ପୋଲିସର ସିପି ଶ୍ରୀନିବାସନ କହିଛନ୍ତି ଯେ ସଟ ସର୍କିଟରୁ ନିଆଁ ଲାଗିଥିଲା । ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଏହି ମାମଲାରେ ଶୋକ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା,  ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା, ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

Read More...

ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page