ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

August 09, 2020, ବିଦେଶ, , Anupambharat News Bureau


ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ
Anupambharat News Bureau
August 09, 2020

କରାଚୀ: ମେ ମାସ ପରଠାରୁ ପାକିସ୍ତାନକୁ ସାଉଦି ଆରବରୁ ଋଣରେ ଅଶୋଧିତ ତୈଳ ମିଳୁନାହିଁ । ଯୋଗାଣ କାରୀଙ୍କଠାରୁ ଏହି ସୁବିଧା ଜାରି କରିବା ପାଇଁ ପାକିସ୍ତାନ କୌଣସି ଉତ୍ତର ମଧ୍ୟ ପାଇନାହିଁ ।
ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ୍ୟରେ ଏହି ବାବଦରେ ୩.୨ ଅରବ ଡଲାରର ଚୁକ୍ତିନାମା ହୋଇଥିଲା ଯାହା ଦୁଇ ମାସ ପୂର୍ବରୁ ସମାପ୍ତ ହୋଇଯାଇଛି । ଏହି ବ୍ୟବସ୍ଥାକୁ ବିସ୍ତାର କରିବାକୁ ପାକିସ୍ତାନ ସାଉଦି ଆରବକୁ ଅନୁରୋଧ କରିଛି, କି;ୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ନ୍ୟୁଜ ଏଜେନ୍ସି ଅନୁସାରେ, ସାଉଦି ଆରବ ୨୦୧୮ ନଭେମ୍ବର ମାସରେ ପାକିସ୍ତାନର ବାହାର ଅଞ୍ଚଳର ଚିନ୍ତା ଦୂର କରିବାକୁ ୬.୨ ଅରବ ଡଲାରର ପ୍ୟାକେଜ ଘୋଷଣା କରିଥିଲା । ସାଉଦି ଆରବରୁ ୩.୨ ଅରବ ଡଲାରର ଅଶୋଧିତ ତୈଳ ସୁବିଧା ଏହି ପ୍ୟାକେଜର ଅଂଶବିଶେଷ । ପେଟ୍ରୋଲିୟମ ବିଭାଗର ମୁଖପାତ୍ର ସାଜିଦ କାଜି କହିଛନ୍ତି ଯେ ଏହି ମେ’ ମାସରେ ଏହି ଚୁକ୍ତିନାମା ଶେଷ ହୋଇଛି ।
ଅର୍ଥ ବିଭାଗ ଏହାର ନବୀକରଣ କରିବାକୁ ଚେଷ୍ଟା କରୁଛି ସେ କହିଛନ୍ତି ଯେ ସାଉଦି ଆରବ ସରକାରଙ୍କ ଉତ୍ତରକୁ ପାକିସ୍ତାନ ଅପେକ୍ଷା କରିଛି । ବଜେଟ୍‌ ଆକଳନ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବନିମ୍ନ ଏକ ବିଲିୟନ ଡଲାର ଅଶୋଧିତ ତୈଳ ପାଇବାକୁ ଆଶା କରିଛି । ପାକିସ୍ତାନର ଆର୍ଥିକ ବର୍ଷ ଜୁଲାଇରୁ ଆରମ୍ଭ ହୋଇଥାଏ । ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ସାଉଦି ଆରବର ଚାରିମାସ ପୂର୍ବରୁ ଏକ ବିଲିୟନ ଡଲାରର ଋଣ ପରିଶୋଧ କରିଛି ।
ସୂତ୍ରରୁ ପ୍ରକାଶ ପାଇଛି । ଯେ, ଯଦି ପାକିସ୍ତାନ ଚୀନ୍‌ ଠାରୁ ସମାନ ସୁବିଧା ପାଇବ, ତାହେଲେ ଏହା ଦୁଇ ବିଲିଅନ୍‌ ଡଲାର ନଗଦ ଋଣ ପରିଶୋଧ କରିବାକୁ ସ୍ଥିତିରେ ରହିବ । ସାଉଦି ଆରବ ଠାରୁ ୩ ବିଲିୟନ ଡଲାରର ନଗଦ ସହାୟତା ଏବଂ ବାର୍ଷିକ ୩.୨ ବିଲିୟନ ଡଲାର ଅଶୋଧିତ ତୈଳ ସୁବିଧାରେ ଦୁଇ ବର୍ଷର ନବୀକରଣର ବ୍ୟବସ୍ଥା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

Read More...

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page