କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା

August 10, 2020, ବିଦେଶ, , Anupambharat News Bureau


କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା
Anupambharat News Bureau
August 10, 2020

ୱଲିଂଟନ: ସାରା ଦୁନିଆରେ କରୋନା ମାମଲା ବଢି ବଢି ଚାଲିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି । ଗତ ୧୦୦ ଦିନ ହେଲା ନ୍ୟୁଜିଲ୍ୟାଣ୍ଡରୁ ଗୋଟିଏ ମଧ୍ୟ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ ।ଏହି ଅବସରରେ ରବିବାର ଦିନ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଅକଲ୍ୟାଣ୍ଡ ରାଧା କୃଷ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ବ୍ୟଞ୍ଜନ ପୁରୀ, ଛୋଲେ ଓ ଡାଲି ଖାଇଥିଲେ ।
ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେ ଜୋତା ଖୋଲି ନିୟମ ଅନୁଯାୟୀ ଆଳତି କରିଥିଲେ । ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କ ମନ୍ଦିର ଦର୍ଶନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାର ଭିଡିଓ ରାଧା କୃଷ୍ଣ ମନ୍ଦିର ଅଫିସିଆଲ ଫେସବୁକ ପେଜ ସେୟାର କରିଛି । ନ୍ୟୁଜିଲ୍ୟାଣ୍ଡକୁ କରୋନା ମୁକ୍ତ ହେବାରେ ୧୦୦ ଦିନ ହୋଇସାରିଛି । ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ ଜନଜୀବନ ପୂର୍ବ ଭଳି ଚାଲିଛି । ସାମାନ୍ୟ ସାବଧାନତା ସହ କଡା ପ୍ରତିବନ୍ଧ ଲାଗୁ ହୋଇନାହିଁ ।ଏଠାରେ ଲୋକେ ଅନୁଶାସନ ପାଳନ କରିଥିବା ଦେଖିବାକୁ ମିଳିଛି । ମାର୍ଚ୍ଚ ଶେଷ ଆଡକୁ ନ୍ୟୁଜିଲ୍ୟାଣ୍ଡରେ କଡାକଡି ଭାବେ ଲକଡାଉନ ଲାଗୁ କରାଯାଇଥିଲା ।
କେବଳ ୧୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ନ୍ୟୁଜିଲ୍ୟାଣ୍ଡରେ ଏହି ପଦକ୍ଷେପ ନିଆଯାଇଥିଲା ଏବଂ ଲକଡାଉନ ପାଳନ କରାଯାଇଥିଲା । ଦେଶରେ ଫ୍ରି କରୋନା ଟେଷ୍ଟ ଓ ଚିକିତ୍ସା ମଧ୍ୟ କରାଯାଇଥିଲା । ପାଖାପାଖି ୧୦୦ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଦେଶକୁ କରୋନା ମୁକ୍ତ ହେବାକୁ ଘୋଷଣା କରିଥିଲେ । କରୋନା ମୁକ୍ତ ହେବାପରେ ସେ ରାଧା କୃଷ୍ଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଆଗାମୀ ସେପେଫମ୍ବର ମାସରେ ନ୍ୟୁଜିଲ୍ୟାଣ୍ଡରେ ନିର୍ବାଚନ ହେବାକୁ ଅଛି ।
ନିର୍ବାଚନ ପୂର୍ବରୁ ଜେସିଣ୍ଡା ଅର୍ଡର୍ନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି । ୪୦ ବର୍ଷୀୟା ଜେସିଣ୍ଡା ଅର୍ଡର୍ନ ପୁରା ସମ୍ମାନ ଓ ରୀତିନୀତି ଅନୁସାରେ ଆଳତି କରିଥିଲେ । ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ କମିଶନର ମୁକ୍ତେଶ ପରଦେଶୀ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କ ସହିତ ଇଣ୍ଡିଆନ ନ୍ୟୁଜ ଲିଙ୍କ କାର୍ଯ୍ୟକ୍ରମ ସମୟରେ ଅଗଷ୍ଟ ୬ ତାରିଖରେ କିଛି ବହୁମୂଲ୍ୟ ସମୟ । ଜେସିଣ୍ଡା ଅର୍ଡର୍ନ ରାଧା କୃଷ୍ଣ ମନ୍ଦିର ଦର୍ଶନ କରିଛନ୍ତି ଏବଂ ଭାରତୀୟ ବ୍ୟଞ୍ଜନ ପୁରୀ, ଛୋଲେ, ଡାଲି ଖାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

Read More...

ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page