ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ଅଧିକାର: ପୁଅ-ଝିଅଙ୍କର ସମ୍ପତ୍ତି ଅଧିକାର ଅଧା ଅଧା: ସୁପ୍ରିମ୍‌କୋର୍ଟ

August 11, 2020, ଦେଶ, , Anupambharat News Bureau


ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ଅଧିକାର:  ପୁଅ-ଝିଅଙ୍କର ସମ୍ପତ୍ତି ଅଧିକାର ଅଧା ଅଧା: ସୁପ୍ରିମ୍‌କୋର୍ଟ
Anupambharat News Bureau
August 11, 2020

ନୁଆଦିଲ୍ଲୀ: ଝିଅମାନେ ମଧ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । ଝିଅମାନଙ୍କୁ ମଧ୍ୟ ଅଧା ସମ୍ପତ୍ତି ମିଳିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୨୦୦୫ ଲାଗୁ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ହିନ୍ଦୁ ମହିଳାଙ୍କୁ ନିଜ ପିତାଙ୍କ ସମ୍ପତ୍ତିର ବରାବର ଅଂଶ ମିଳିବ ।
ସୂଚନାନୁସାରେ, ୨୦୦୫ରେ ଆଇନ ହୋଇଥିଲା ଯେ, ପୁଅ ଏବଂ ଝିଅଙ୍କୁ ପିତାଙ୍କ ସମ୍ପତ୍ତିର ସମ୍ମାନ ଅଧିକାର ମିଳିବ । କି;ୁ ୨୦୦୫ ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ଏହି ନିୟମ ଲାଗୁ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲା । ମଙ୍ଗଳବାର ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍‌ ନିଷ୍ପତ୍ତି ନେଇଛନ୍ତି ଯେ, ଏହି ନିୟମ ସବୁ ପରିସ୍ଥିତିରେ ଲାଗୁ ହେବ । ପିତାଙ୍କ ଦେହାନ୍ତ ୨୦୦୫ ପୂର୍ବରୁ ହୋଇଥିଲେ ମଧ୍ୟ ଉଭୟ ପୁଅ ଓ ଝିଅଙ୍କୁ ବରାବର ଅଧିକାର ମିଳିବ । ସୂଚନାଯୋଗ୍ୟ, ୨୦୦୫ରେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ରେ ସଂଶୋଧନ କରାଯାଇଥିଲା । ଏଥିରେ ପୈତୃକ ସମ୍ପତ୍ତିରେ ଝିଅଙ୍କୁ ମଧ୍ୟ ବରାବର ଅଂଶ ମିଳିବ ବୋଲି କୁହାଯାଇଥିଲା । ବିବାହ ସହ ଏହାର କୌଣସି ସମ୍ପର୍କ ନାହିଁ । ଝିଅମାନେ ମଧ୍ୟ ପିତାଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି କୋର୍ଟ କହିଥିଲେ । ହିନ୍ଦୁ ଆଇନ ଅନୁସାରେ ସମ୍ପତ୍ତି ୨ ପ୍ରକାରର ହୋଇପାରେ । ଗୋଟିଏ ହେଉଛି ପିତା କିଣିଥିବା ସମ୍ପତି ଓ ଅନ୍ୟଟି ପୈତୃକ ସମ୍ପତ୍ତି । ଯାହା ୪ ପିଢୀ ଧରି ମିଳି ଆସୁଥାଏ ।
ନିୟମାନୁସାରେ, ପୁଅ କିମ୍ବା ଝିଅ ହେଲେ ମଧ୍ୟ ଏପରି ସମ୍ପତ୍ତି ଉପରେ ବରାବର ଅଧିକାର ରହିବ । ତେବେ ଯଦି ପିତା ନିଜ ଟଙ୍କାରେ ଫ୍ଲାଟ କିମ୍ବା ଘର କିଣିଥାନ୍ତି ତେବେ ସେ ନିଜ ଇଚ୍ଛାରେ ଏହି ସମ୍ପତ୍ତି କାହାକୁ ମଧ୍ୟ ପ୍ରଦାନ କରିପାରିବେ ।ଏଥିରେ ଝିଅ ଆପତ୍ତି ପ୍ରକାଶ କରିପାରିବେ ନାହିଁ । ଯଦି ପିତାଙ୍କ ମୃତ୍ୟୁ ଘଟେ ତେବେ ମୃତ୍ୟୁ ପରେ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅଙ୍କ ବରାବର ଅଧିକାର ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫର୍ଚୁ୍ୟନ୍‌ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ରିଲାଏନ୍ସ

ଫର୍ଚୁ୍ୟନ୍‌ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ରିଲାଏନ୍ସ

Read More...

ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”

ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page