ଫେସବୁକ୍‌ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଜଳାପୋଡା ଓ ହିଂସା

August 12, 2020, ଦେଶ, , Anupambharat News Bureau


ଫେସବୁକ୍‌ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଜଳାପୋଡା ଓ ହିଂସା
Anupambharat News Bureau
August 12, 2020

ବେଙ୍ଗାଲୁରୁ: ଦେଶର ସବୁଠୁ ହାଇଟେକ୍‌ ସହର ଭାବେ ପରିଗଣିତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର ଜଳାପୋଡା ଓ ହିଂସାର ଶିକାର ହୋଇଛି । ମାତ୍ର ଗୋଟିଏ ଫେସବୁକ୍‌ ପୋଷ୍ଟକୁ ନେଇ ଗତକାଲି ହିଂସାକାଣ୍ଡର ସୂତ୍ରପାତ ଘଟିଥିଲା । ଏହି ହିଂସାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଫେସବୁକ୍‌ରେ କଥିତ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ପୋଷ୍ଟକୁ ସେୟାର କରିଥିବା ଅଭିଯୁକ୍ତ ନବୀନକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନବୀନକୁ କଂଗ୍ରେସର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା କୁହାଯାଉଛି । ପୋଲିସ କମିଶନର ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏହା ସହିତ ୧୧୦ ଜଣଙ୍କୁ ଜଳାପୋଡା, ପଥରମାଡ ଓ ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ସମସ୍ତ ଜନତାଙ୍କୁ ଶାନ୍ତି କାଏମ ରଖିବା ଓ ପୋଲିସକୁ ସହଯୋଗ କରିବାକୁ ଅପିଲ୍‌ କରାଯାଇଛି । ବେଙ୍ଗାଲୁରୁ ସହରର ପୋଲିସ ଅପମାନଜନକ ସନ୍ଦେଶ ପୋଷ୍ଟ କରିଥିବା ସେହି ବ୍ୟକ୍ତିକୁ ଗିରଫ କରିଛି, ଯାହା ପୋଷ୍ଟ କାରଣରୁ ସହରରେ ଦଙ୍ଗା ଘଟିଛି । ପୋଲିସ କମିଶନର କମଲ ପନ୍ତ କହିଛନ୍ତି ଡିଜେ ହଲ୍ଲିରେ ଘଟିଥିବା ଘଟଣା ପାଇଁ ଅଭିଯୁକ୍ତ ନବୀନକୁ ଅପପାନଜନକ ପୋଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି ।
ଅଭିଯୁକ୍ତର ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପରେ ଆକ୍ରୋଶିତ ଜନତା ଡିଜେ ହଲ୍ଲି, ପୁଲିକେସିନଗର ଓ କବଲ ବାୟରସେଣ୍ଡ୍ରାରେ ଦଙ୍ଗା, ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ବିଧାୟକଙ୍କ ଘରେ ମଧ୍ୟ ଉପଦ୍ରବୀ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏହା ସହିତ ପୋଲିସ ଷ୍ଟେସନରେ ମଧ୍ୟ ପ୍ରବଳ ଭଙ୍ଗାରୁଜା କରିଛନ୍ତି । ଉପଦ୍ରବୀ ଘରଠୁ ନେଇ ଗାଡି ପର୍ଯ୍ୟନ୍ତ କିଛି ଛାଡିନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ

ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ

Read More...

ଫର୍ଚୁ୍ୟନ୍‌ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ରିଲାଏନ୍ସ

ଫର୍ଚୁ୍ୟନ୍‌ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ରିଲାଏନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page