ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

August 13, 2020, ଓଡ଼ିଶା, , Anupambharat News Bureau


ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ
Anupambharat News Bureau
August 13, 2020

ଭୁବନେଶ୍ୱର, ୧୩ା୮ (ଅନୁପମ ମିଡିଆ): ଓଏଏସ ଅଧିକାରୀ ତଥା ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀ ଷଡଙ୍ଗୀ ଜନୈକା ମହିଳା କର୍ମଚାରୀଙ୍କୁ ଅସଦବ୍ୟବହାର କରିଥିବା ଅଭିଯୋଗ ଥିଲା । ଏହି ଘଟଣାରେ ଗତ ଜୁଲାଇରେ ବିଭୁପ୍ରସାଦ ଗିରଫ ହୋଇଥିଲେ । ଏଥିପାଇଁ ଆୟୁଷ ନିର୍ଦ୍ଦେଶକ ପଦରୁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଥଲା ।
ଉଲ୍ଲେଖ୍ୟଯୋଗ୍ୟ ଯେ ଆୟୁଷ ନିର୍ଦ୍ଦେଶକ ଥିବା ବେଳେ ବିଭୁପ୍ରସାଦ ଷଡଙ୍ଗୀ ତାଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବାର ସମ୍ପୃକ୍ତ ମହିଳା ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବିଭୁ ଷଡଙ୍ଗୀଙ୍କୁ ଗତ ଜୁଲାଇ ୯ ତାରିଖରେ ଗିରଫ କରାଯାଇଥିଲା ଏବଂ ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ଥିଲେ ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ସେ ଗିରଫ ହୋଇଛନ୍ତି । ଗତକାଲି ଅଜୟ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭୁବନେଶ୍ୱର ସ୍ଥିତ ଘର , ଅଫିସ୍‌ , ବାଲେଶ୍ୱର ଘର ସମେତ ମୋଟ ୬ ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିବା ସହ ପ୍ରାୟ ୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରାକ ପାଇଥିଲେ । ଗତକାଲି ଭିଜିଲାନ୍ସ ଅଜୟ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ ପର୍ଯ୍ୟନ୍ତ ବର୍ଷା

୧୭ ପର୍ଯ୍ୟନ୍ତ ବର୍ଷା

Read More...

ଏମ୍‌କେସିଜି ଓପିଡ଼ି ଖୋଲିଲା

ଏମ୍‌କେସିଜି ଓପିଡ଼ି ଖୋଲିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page