ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

August 13, 2020, ଦେଶ, , Anupambharat News Bureau


ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି
Anupambharat News Bureau
August 13, 2020

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି ।
ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍‌ ସାବ୍ୟସ୍ତ କରିବାର ଚ୍ୟାଲେଞ୍ଜ ରହିଛି । ଗୁରୁବାର ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ନିଷ୍ପତ୍ତି ହୋଇଛି ।
ବିଜେପିର ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି କଂଗ୍ରେସ ନିଜ ଘରେ କଣ୍ଟା ମାରି କପଡା ଯୋଡିବାକୁ ଚାହୁଁଛି, ହେଲେ କଣ ହେବ କପଡା ତ ଫାଟି ସାରିଛି । ଏହି ସରକାର ଶୀଘ୍ର ଭାଙ୍ଗିବାକୁ ଯାଉଛି । ବିଜେପି ପ୍ରଦେଶ ସଭାପତି ସତୀଶ ପୁନିଆ କହିଛନ୍ତି ଏହି ସରକାର ନିଜର ବିରୋଧାଭାସରେ ହିଁ ପତନ ହେବ । ବିଜେପି ଉପରେ ଅଯଥାରେ ମିଥ୍ୟା ଆରୋପ ଲଗାଉଛନ୍ତି । କଂଗ୍ରେସ ଘରର ଝଗଡାରେ ବିଜେପିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ଜନତା ପାର୍ଟିର ଜୟପୁରରେ ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି ।
ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ନେତୃିଙ୍କ ପକ୍ଷରୁ ପ୍ରତିନିଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କ ଆଦେଶକ୍ରମେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।
ରାଜ୍ୟ ସରକାରଙ୍କ ତରଫରୁ ଗୃହରେ କେବଳ କରୋନା ଭାଇରସ ସଙ୍କଟ, ଲକ୍‌ଡାଉନ୍‌ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଥିଲା । ଏହା ମଧ୍ୟରେ ବିଜେପି ଯଦି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରେ ତେବେ ଅଶୋକ ଗେହଲଟ ସରକାରଙ୍କୁ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

Read More...

ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page