ଆଜି ୭୪ତମ ସ୍ୱାଧୀନତା ଦିବସ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

August 14, 2020, ଦେଶ, , Anupambharat News Bureau


ଆଜି ୭୪ତମ ସ୍ୱାଧୀନତା ଦିବସ:  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Anupambharat News Bureau
August 14, 2020

ନୂଆଦିଲ୍ଲୀ : ଦେଶ ଆସନ୍ତାକାଲି ଏହାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ ସହ ଏହି ଐତିହାସିକ ସ୍ମାରକୀର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ । ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ ଗୁରୁବାର ଲାáିଲ୍ଲାଠାରେ ସମ୍ପୂର୍ଣ୍ଣ ପୋଷାକରେ ଅଭ୍ୟାସ କରାଯାଇଥିଲା । କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଲକିଲ୍ଲାର ଉତ୍ସବ ସ୍ଥଳୀରେ ଉପସ୍ଥିତ ନିମନ୍ତ୍ରିତ ଅତିଥିମାନେ କେନ୍ଦ୍ର ସ୍ୱ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ପାଳନ କରିବାପାଇଁ ଦିଲ୍ଲୀ ପୁଲିସ୍‌ ଅନୁରୋଧ କରିଛି । ଏହି ଉତ୍ସବ ପାଇଁ ୪ ହଜାର ସୁରକ୍ଷା କର୍ମୀ ମୁତୟନ ରହିବେ ଏବଂ ସେମାନେ ସାମାଜିକ ଦୂରତ୍ୱ ମଧ୍ୟ ବଜାୟ ରଖିବେ । ଲାଲକିଲ୍ଲା ଅଞ୍ଚଳରେ ଏନ୍‌ଏସ୍‌ଜି କମାଣ୍ଡୋ, ସ୍କାଉଟ୍‌ କମାଣ୍ଡୋ ଏବଂ ଗୁଡ଼ି ଧରାଳୀମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି । ସୁରକ୍ଷା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଆକାଶରେ ଉଡ଼ିପାରୁଥିବା ହଟ୍‌ ଏୟାର ବେଲୁନ୍‌, ପାରାଗ୍ଲାଇଡର୍‌ ଓ ୟୁଏଭି ଆଦିକୁ ଶନିବାର ପର୍ଯ୍ୟନ୍ତ ନିଷେଧ କରାଯାଇଛି । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ଅଞ୍ଚଳରେ ଯାନବାହନ ଚଳାଚଳକୁ ସରଳ ଓ ନିରାପଦ କରିବାକୁ ସୁନିଶ୍ଚିତ କରାଯିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

Read More...

ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ

ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page