ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

August 22, 2020, ଦେଶ, , Anupambharat News Bureau


ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା
Anupambharat News Bureau
August 22, 2020

ନୂଆଦିଲ୍ଲୀ: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି । କି;ୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ । ଏଥିପାଇଁ ଘରେ ରହି କିମ୍ବା କମ୍‌ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉଦ୍ୟମ କରୁଛନ୍ତି ।
ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଲୋକେ ଘରକୁ ଆଣିଥାନ୍ତି । ଗଣେଶଙ୍କୁ ନିଜ ଘରେ ଆଣି ଆଦର-ସତ୍କାର ସହ ସ୍ଥାପିତ କରି ଏକାଦଶ ଦିନ ତାଙ୍କୁ ଧୁମଧାମର ସହ ବିସର୍ଜନ କରି ଦିଆଯାଇଥାଏ । ଏହି ଅବସରରେ ଦେଶର ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ,‘ ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା । ଏହି ପର୍ବ ଭାରତୀୟ ଲୋକଙ୍କ ଅଦମ୍ୟ ଉତ୍ସାହ,ଖୁସି ଏବଂ ଉଲ୍ଲାସର ପ୍ରତୀକ । ସେ କାମନା କରିଛନ୍ତି ଯେ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ କୃପାରେ କୋଭିଡ-୧୯ ମହାମାରୀ ସମାପ୍ତ ହେଉ ତଥା ସମସ୍ତ ଦେଶବାସୀ ସୁଖୀ ଏବଂ ନୀରୋଗ ଜୀବନ ଜିଇଁବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଗଣପତି ବାªା ମୋରୟା ଜୟ ଜୟକାର ଧ୍ୱନି ଦେଇଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ,‘ଗଣେଶ ଚତୁର୍ଥୀର ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା । ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁଛ ଚାରି ଆଡ଼େ ଖୁସି ଏବଂ ସମୃଦ୍ଧି’ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମସ୍ତ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । କଂଗ୍ରେସ୍‌ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା । ମଙ୍ଗଳକର୍ତ୍ତା-ବିଘ୍ନହର୍ତ୍ତାଙ୍କ ଆଶିଷର ଆଜି ପୂରା ଦେଶ ଆବଶ୍ୟକ କରୁଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗଣେଶ ଚତୁର୍ଥୀ ଅବସରରେ କହିଛନ୍ତି ଯେ,‘ ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀ ପାବନ ପର୍ବର ହାର୍ଦ୍ଦିକ ଶୁଭକାମନା । ଭଗବାନ ଗଣେଶ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ବୃଦ୍ଧି କର;ୁ’ ।
ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ,‘ଗଣେଶ ଚତୁର୍ଥୀ ଭଳି ପାବନ ପର୍ବରେ ସମସ୍ତଙ୍କୁ ସୁଖ,ଶାନ୍ତି ଏବଂ ଚିର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ସନାତନ ଧର୍ମରେ ଭଗବାନ ଗଣେଶଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ଗଣେଶଙ୍କୁ ଗଜାନନ କିମ୍ବା ବିଘ୍ନହର୍ତ୍ତା ମଧ୍ୟ କୁହାଯାଇଥାଏ । ଗଜାନନଙ୍କୁ ରିଦ୍ଧି-ସିଦ୍ଧି ଏବଂ ସୁଖ-ସମୃଦ୍ଧିର ଦାତା ସମସ୍ତଙ୍କୁ ଖୁସୀ ରଖନ୍ତୁ ବୋଲି କୁହାଯାଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଏ ଯାଣିଛି ଭାଇରସ୍‌ କେବେ ଯିବ ?

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

Read More...

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page