ନୂଆଦିଲ୍ଲୀ,୨୩ା୮: ଚଳିତବର୍ଷ ଶେଷସୁଦ୍ଧା ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରସ୍ତìତି କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟଧାରା ଅବଲମ୍ବନ କରାଯାଇଛି । ଏହା ସଠିକ୍ ମାର୍ଗରେ ପାଳନ କରାଯାଇପାରିଲେ ଉପଯୁକ୍ତ ସମୟରେ ଔଷଧ ବା ଟୀକା ଉପଲବ୍ଧ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗାଜିଆବାଦ ଠାରେ ଏନ୍ଡ଼ିଆର୍ଏଫ୍ର ଅଷ୍ଟମ ବାଟାଲିଅନ କେନ୍ଦ୍ରରେ ଏକ କୋଭିଡ଼ ହସ୍ପିିଟାଲ୍ ଉଦ୍ଘାଟନ କରିବା ଅବସରରେ ଡା. ହର୍ଷବର୍ଦ୍ଧନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତରେ ପରୀକ୍ଷାମୂଳକ ଭାବରେ ପ୍ରାୟ ୬ ଜଣ ବ୍ୟକ୍ତିଙ୍କୁ ଏହି ଭ୍ୟାକ୍ସିନ ପ୍ରୟୋଗ କରାଯାଇଛି । ଏହି ଭ୍ୟାକ୍ସିନ ସଫଳ ହେଲେ ତୁରନ୍ତ ଏହାର ଉତ୍ପାଦନ ଓ ବିତରଣ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।