ଭୁବନେଶ୍ୱର,୨୬ା୮ (ଅନୁପମ ମିଡିଆ): କରୋନା କାରଣରୁ ପାଠ ପଢା ପ୍ରଭାବିତ ହେଉଥିବାରୁ ରାଜ୍ୟ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୨୦୨୦-୨୧ର ସିଲାବସକୁ ୩୦ ପ୍ରତିଶତ ହ ୍ରାସ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ସମ୍ପର୍କରେ ତିନୋଟି କମିଟିର ସୁପାରିଶ କ୍ରମେ ଏହି ନିଷ୍ପତ୍ତିି ନିଆଯାଇଛି । ସେ କହିଛନ୍ତି ଯେ ନୂଆ ସିଲାବସ ମାଧ୍ୟମିକ ଶିକ୍ଷା ପରିଷଦ, ସିଏଚଏସଇ ଓ ଏସସିଇଆରଟିର ବେବସାଇଟରେ ଦିଆ ଯିବ । ସ୍କୁଲ ଖୋଲା ଯିବା ସମ୍ପର୍କରେ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ୱାରା ନୂଆ ଗାଇଡଲାଇନ ଜାରୀ କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତିି ନିଆଯିବ ।
ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ମହାମାରୀ ଲଢେଇରେ ଆତ୍ମସନ୍ତୋଷ ବଡ ଶତ୍ରୁ ,ସତର୍କ ରୁହ;ୁ : ମୁଖ୍ୟମନ୍ତ୍ରୀ
Read More...