ଭୁବନେଶ୍ୱର, ୨୮ ।୮ (ଅନୁପମ ମିଡିଆ): ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତୃପକ୍ଷ ଚେନ୍ନାଇରୁ ଆଣିଥିବା ୮ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହାର ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଉଲ୍ଲେଖନୀୟ ଯ ବର୍ତମାନ ନନ୍ଦନକାନନରେ ୫ଟି ହଳଦିଆ ଆନାକୋଣ୍ଡା ରହିଛି । ଏହା ପୂର୍ବରୁ ନଭେମ୍ବର ୨୯ ଏବଂ ଡିସେମ୍ବର ୧ରେ ଚେନ୍ନାଇରୁ ଆସିଥିବା ୮ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରୋଟୋଜୋନ୍ ବା ସୂକ୍ଷ୍ମ ଏମିବା ଜନିତ ସଂକ୍ରମଣରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ୨ଆନାକୋଣ୍ଡାଙ୍କ ମୃତ୍ୟୁ ଘଟିଥିଲା ବୋଲି ସେତେବେଳେ କୁହା ଯାଇଥିଲା ।