ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

August 29, 2020, ଦେଶ, , Anupambharat News Bureau


ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ
Anupambharat News Bureau
August 29, 2020

ନୂଆଦିଲ୍ଲୀ,୨୯ା୮: ଅନଲକ୍‌ -୪ ପାଇଁ କେନ୍ଦ୍ର ସରକାର ଶନିବାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଆସନ୍ତା ସେପଫମ୍ବର ପହିଲାରୁ ୩୦ ପର୍ଯ୍ୟନ୍ତ ଏହି ଗାଇଡ଼ଲାଇନ ଜାରି ରହିବ । ନୂଆ ଗାଇଡ଼ଲାଇନରେ ପୂର୍ବାପେକ୍ଷା ଆହୁରି କେତେକ କ୍ଷେତ୍ରରେ କୋହଳ ଘୋଷଣା କରାଯାଇଛି । ତେବେ ସ୍କୁଲ ଓ କଲେଜକୁ ଆସନ୍ତା ୩୦ ସେପଫମ୍ବର ଯାଏଁ ବନ୍ଦ ଘୋଷଣା କରାଯାଇଛି । ଏଥିସହିତ ସେପେଫମ୍ବର ୭ରୁ ମେଟ୍ରୋ ଟ୍ରେନ୍‌ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କଣ୍ଟେନମେଣ୍ଟ୍‌ ଜୋନ୍‌କୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳରେ ଲକ୍‌ଡ଼ାଉନ୍‌ ନିୟମାବଳୀକୁ ହଟାଇ ଦିଆଯିବ ।
ନୂତନ ନିୟମାବଳୀ ପ୍ରକାରେ ସେପେଫମ୍ବର ୨୧ରୁ ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ର୍ୟାଲି , ଶିକ୍ଷା କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀ କ୍ରୀଡା ଓ ଧାର୍ମୀକ ସମ୍ମିଳନୀ ଗୁଡିକୁ ଅନୁମତି ମିଳିଛି । ତେବେ ଏଥିରେ ଶହେ ଲୋକ ହିଁ ଯୋଗ ଦେବାର ଅନୁମତି ଦେଇଛି । ତେବେ ସ୍କୁଲ, କଲେଜ , ସୁଇମିଙ୍ଗ ପୁଲ୍‌ ଏବଂ ଇଣ୍ଡୋର୍‌ ଥିଏଟର୍‌ ହଲ୍‌ ପୂର୍ବ ଭଳି ବନ୍ଦ ରହିବ । ଏହି ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ ସେପେଫମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନୂତନ ନିୟମାବଳୀ ଅନୁଯାୟୀ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସେବା ଆରମ୍ଭ ହେବ ବୋଲି ଆଜି ନିଶ୍ଚିତ କରାଯାଇଛି । ଅନ୍ୟ ପକ୍ଷରେ ଅନ୍‌ଲାଇନ୍‌ ଓ ଦୂରଶିକ୍ଷା ବ୍ୟବସ୍ଥା ଉପରେ ଅନୁମତି ରହିଛି । ଅନ୍‌ଲାଇନ୍‌ ଶିକ୍ଷାଦାନ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସ୍କୁଲ୍‌ରେ ଉପସ୍ଥିତ ରହିପାରିବେ । ଯାହାକି ସେପେଫମ୍ବର ୨୧ ତାରିଖ ଠାରୁ ହିଁ କାର୍ଯ୍ୟକାରୀ ହେବ । କଣ୍ଟେନମେଣ୍ଟ୍‌ ଜୋନ୍‌କୁ ଛାଡ଼ି ଦେଲେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଯିବା ପାଇଁ ଅନୁମତି ରହିବ । ତେବେ ତାହା ଇଚ୍ଛାଧୀନ ପ୍ରକାରେ କାର୍ଯ୍ୟକାରୀ ହେବ । ଶୋଭାଯାତ୍ରା କ୍ଷେତ୍ରରେ କେବଳ ୨୦ ତାରିଖ ପରେ ହିଁ ୫୦ ବଦଳରେ ୧୦୦ ଲୋକ ଏକତ୍ରିତ ହୋଇପାରିବେ । ଖୋଲା ରଙ୍ଗମଞ୍ଚ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ସେପେଫମ୍ବର ୨୧ ପରେ ଅନୁମତି ଦିଆଯିବ ।
ତେବେ ଅନ୍ୟ ଉଦ୍ୟାନ ଓ ସିନେମାହଲ୍‌ କିନ୍ତୁ ଅନ୍‌ଲକ୍‌-୪ ପର୍ଯ୍ୟାୟରେ ବନ୍ଦ ରହିବ । କଣ୍ଟେନମେଣ୍ଟ୍‌ ଜୋନ୍‌ ଗୁଡିକ ଜିଲ୍ଲା କର୍ତ୍ତୃପକ୍ଷ ଗୁଡିକ ଦ୍ୱାରା ଚିହ୍ନଟ କରାଯିବ ଏବଂ ଉକ୍ତ ଅଞ୍ଚଳ ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କଣ୍ଟେନମେଣ୍ଟ୍‌ ଜୋନ୍‌ ଗୁଡିକରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ୍‌ ସୁବିଧାକୁ ଛାଡ଼ିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ ରହିବ । କଣ୍ଟେନମେଣ୍ଟ ଜୋନ୍‌ ଗୁଡିକରେ କଣ୍ଟାକଫ ଟ୍ରେସିଂ କାର୍ଯ୍ୟକ୍ରମ ଜାରି ରହିବା ସହିତ ପ୍ରତିଟି ଗୃହକୁ ସର୍ଭେଲାନ୍ସ ଓ ନମୁନା ପରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯିବ ।
ଏହି ଚତୁର୍ଥ ଅନ୍‌ଲକ୍‌ ପର୍ଯ୍ୟାୟରେ ରାଜ୍ୟ ରାଜ୍ୟ ମଧ୍ୟରେ ଏବଂ ରାଜ୍ୟ ଭିତରେ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ । ସୀମା ଅତିକ୍ରମ ଏପରିକି ବିଦେଶୀ ରାଷ୍ଟ୍ରକୁ ମଧ୍ୟ ଅନୁମତି କ୍ରମେ ଯାତାୟତ ହୋଇପାରିବ । ଯାତ୍ରୀବାହି ଟ୍ରେନ୍‌ , ଘରୋଇ ବିମାନ ସେବା, ବନ୍ଦେଭାରତ ପ୍ରଭୃତି ଏସ୍‌ଓପି ନିୟମାବଳୀ ଅନୁଯାୟୀ ଜାରି ରହିବ । ତେବେ ୬୫ ବର୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ଶିଶୁମାନେ ଘରେ ରହିବା ପାଇଁ ନୂତନ ନିୟମାବଳୀରେ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଦେଶର ସମସ୍ତ ବ୍ୟକ୍ତି ଆରୋଗ୍ୟ ସେତୁକୁ ବ୍ୟବହାର କରିବା ପାଇଁ ଉତ୍ସାହିତ ମଧ୍ୟ କରାଯାଇଛି । ନିୟମାବଳୀକୁ କୌଣସି ବ୍ୟକ୍ତି ଉଲଂଘନ କଲେ ୨୦୦୫ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଆଇନର ଧାରା ୫୧ ଠାରୁ ୬୦ ମଧ୍ୟରେ ଉଲ୍ଲେଖ ଅନୁଯାୟୀ ଦଣ୍ଡିତ ହେବାକୁ ପଡିବ । ଏହା ବ୍ୟତୀତ ଆଇପିସିର ଧାରା ୧୮୮ ଅନୁଯାୟୀ ମଧ୍ୟ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

Read More...

କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page