ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି

August 29, 2020, ଓଡ଼ିଶା, , Anupambharat News Bureau


ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି
Anupambharat News Bureau
August 29, 2020

ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍‌-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍‌ କରି ଏହି ଉତ୍ସବରେ ଭାଗ ନେଇଥିଲେ । ଦୂତିଙ୍କ ସମେତ ମୋଟ ୨୭ ଜଣ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି । ଏଥର ୫ ଜଣ କ୍ରୀଡ଼ାବିତଙ୍କ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି । ସେ ମଧ୍ୟରେ ରହିଛନ୍ତି କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଆଥଲେଟ ମାରିୟªାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାଣୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

Read More...

ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page