ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

October 27, 2020, ଦେଶ, , Anupambharat News Bureau


ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ
Anupambharat News Bureau
October 27, 2020

ମୁରସିଦାବାଦ: ପଶ୍ଚିମବଙ୍ଗ ମୁରସିଦାବାଦରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଏକ ଜଳାଶୟରେ ଦେଶୀ ଡଙ୍ଗା ବୁଡିଯାଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୫ ଜଣଙ୍କ ମୃତଦହେ ଜଳାଶୟରୁ ଉଦ୍ଧାର କରାଯାଇଛି । ସମସ୍ତ ମୃତକଙ୍କ ଘର ବେଲଦାଙ୍ଗାରେ ବୋଲି ଜଣାପଡିଛି ।
ଡଙ୍ଗା ବୁଡିବା ପରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ତେବେ ସମସ୍ତଙ୍କ ମୃତଦେହ ମିଳିସାରିଛି । ସୋମବାର ସନ୍ଧ୍ର୍ୟା ୫ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ସୂଚନା ଅନୁସାରେ, ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗାରେ ପ୍ରାୟ ୧୦ ଜଣ ଲୋକ ଯାଉଥିଲେ ।
ସେହି ସମୟରେ କୌଣସି କାରଣ ବଶତଃ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଣ ବିକ୍ରି ଓ ଫୁଟାଇବା ମନା:  ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

ବାଣ ବିକ୍ରି ଓ ଫୁଟାଇବା ମନା: ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

Read More...

ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page