କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

November 03, 2020, ଦେଶ, , Anupambharat News Bureau


କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର
Anupambharat News Bureau
November 03, 2020

ନୂଆଦିଲ୍ଲୀ: ଦେଶରେ ୧୦୦ ସ୍ମାର୍ଟ ସହରରେ ଏଲପିଜି ଗ୍ୟାସର ଡେଲିଭରୀ ସହ ଜଡିତ ନିୟମରେ ବହୁତ ବଡ ପରିବର୍ତ୍ତନ ହୋଇଛିା ଏଲପିଜି ସିଲିଣ୍ଡର ବୁକ କରୁଥିବା ଉପଭୋକ୍ତାଙ୍କୁ ଏବେ ତାଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପ୍ରାପ୍ତ ହେବ । ଏହି ୱାନ ଟାଇମ ପାସୱାର୍ଡ ଡେଲିଭରୀ ପର୍ସନଙ୍କୁ କହିବାକୁ ହେବଛ ଏହି ସିଷ୍ଟମରେ କୌଣସି ବି ପ୍ରକାର ଠକାମିର ଶିକାର ହେବେନି ଲୋକେ । ଏଥିସହିତ ଉଚିତ ଉପଭୋକ୍ତାଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ ମିଳିବ ।
ଆସ;ୁ ଜାଣିବା ବିଭିନ୍ନ ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ଏଲପିଜି ଗ୍ୟାସ ସିଲିଣ୍ଡରର ବିକ୍ରି ସହ ଜଡିତ ନିୟମରେ କେଉଁ ପ୍ରକାର ପରିବର୍ତ୍ତନ କରାଯାଇଛି । ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ଏଲପିଜି ସିଲିଣ୍ଡରର ହୋମ ଡେଲିଭରୀର ବିକଳ୍ପ ଚୟନ କରୁଥିବା ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ବୁକିଂ ପରେ ଏକ ମେସେଜ୍‌ ଆସିବ । ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଡେଲିଭରୀ ସେତେବେଳେ ହେବ ଯେତେବେଳେ ଆପଣ ଏହି କୋଡ୍‌ ଦେଖାଇବେ । ଯଦିଓ ଏହି ବ୍ୟବସ୍ଥା କର୍ମସିଆଲ ସିଲିଣ୍ଡର ପାଇଁ ଲାଗୁ ହେବନାହିଁ । ମୋବାଇଲ୍‌ ନମ୍ବର ଅପଡେଟ ନଥିବା ସ୍ଥିତିରେ ଡେଲିଭରୀ କରୁଥିବା ବ୍ୟକ୍ତି ଏକ ଆପ୍‌ ସାହାଯ୍ୟରେ ରିୟଲ ଟାଇମରେ ମୋବାଇଲ ନମ୍ବର ଅପଡେଟ କରି କୋଡ୍‌ ଜେନେରେଟ୍‌ କରିବ । ଏମିତିରେ ଯଦି ଆପଣ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତାହେଲେ ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଆପଣଙ୍କ ଠିକଣା ଏବଂ ମୋବାଇଲ୍‌ ନମ୍ବର ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ସହିତ ଅପଡେଟ ରହିଥିବ । ଏହାଦ୍ୱାରା ଆପ୍‌ ବିଭିନ୍ନ ପ୍ରକାରର ଅସୁବିଧା ଦ୍ୱାରା ରକ୍ଷା ମିଳିଯିବ ।ଏହିସବୁ ମଧ୍ୟରେ ପ୍ରମୁଖ ଦେଶରେ ଇଣ୍ଡେନ ରିଫିଲ୍‌ ବୁକିଂ ପାଇଁ ଏକ ନମ୍ବର ଜାରୀ କରିଦିଆଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ମୁତାବକ ଏବେ କମ୍ପାନୀର ଗ୍ରାହକ ଗ୍ୟାସ ସିଲିଣ୍ଡରର ବୁକିଂ ପାଇଁ କମନ୍‌ ନମ୍ବର ରେ କଲ୍‌ କିମ୍ବା ଏସଏମଏସ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୋକେନ ନେଉଥିବା ଅଭିଯୋଗ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୋକେନ ନେଉଥିବା ଅଭିଯୋଗ

Read More...

ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page