୨୦ରୁ ଶୀତ ଅଧିବେଶନ: ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

November 04, 2020, ଓଡ଼ିଶା, , Anupambharat News Bureau


୨୦ରୁ ଶୀତ ଅଧିବେଶନ:  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ
Anupambharat News Bureau
November 04, 2020


ଭୁବନେଶ୍ୱର,୪ା୧୧(ଅନୁପମ ମିଡ଼ିଆ): ଆସନ୍ତା ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏନେଇ ବୁଧବାର ବିଧାନସଭା ସଚିବାଳୟ ପକ୍ଷରୁ ସମନ ଜାରି କରାଯାଇଛି । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୬ତମ ବିଧାନସଭାର ପଞ୍ଚମ ଅଧିବେଶନ ୨୦ ତାରିଖ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବ । ବିଧାନସଭାର ଏହି ଶୀତ କାଳୀନ ଅଧିବେଶନ ମୋଟ ୪୦ଦିନ ଚାଲିବ । ଏହା ମଧ୍ୟରେ ୩୫ ଟି ସରକାରୀ ଓ ୫ ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ । କେବଳ ୨ଦିନ ଯଥା- ନଭେମ୍ବର ୩୦ ରାସପୂର୍ଣ୍ଣିମାଓ ଡିସେମ୍ବର ୨୫ ବଡ ଦିନରେ ବିଧାନସଭା ଛୁଟି ରହିବ । ଅତିରିକ୍ତ ବଜେଟ୍‌ ୨୦ତାରିଖରେ ଆଗତ ହେବ ଓ ନଭେମ୍ବର ୨୯ ରବିବାର ଅତିରିକ୍ତ ବଜେଟ୍‌ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଯେ ନିୟମ ଅନୁଯାୟୀ ପ୍ରତି ବର୍ଷ ୬୦ ଦିନ ବିଧାନସଭାର ଅଧିବେଶନ ବସିଥାଏ । ମାତ୍ର କରୋନା ସଂକ୍ରମଣ ଯୋଗୁ ଚଳିତ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ୬୦ଦିନ ବସି ପାରିନଥିଲା ।
ଗତ ସେପେଫମ୍ବର ଓ ଅକେଫାବରରେ ବସିଥିବା ୭ ଦିନିଆ ବିଧାନସଭାକୁ ମିଶାଇ ଚଳିତ ବର୍ଷ ମୋଟ ୨୦ ଦିନ ବିଧାନସଭା ଚାଲିଥିଲା । ତେଣୁ ବିଧାନସଭା ପକ୍ଷରୁ ବାକି ଥିବା ୪୦ଦିନର ଅଧିବେଶନ ଡକାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Read More...

୨୦ରୁ ଶୀତ ଅଧିବେଶନ:  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

୨୦ରୁ ଶୀତ ଅଧିବେଶନ: ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page