କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

November 04, 2020, ବିଦେଶ, , Anupambharat News Bureau


କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର
Anupambharat News Bureau
November 04, 2020


ୱାଶିଂଟନ୍‌: ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ରାଜ୍ୟମାନଙ୍କରେ ନିୟୁତ ନିୟୁତ ଭୋଟ୍‌ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ୍‌ କୋର୍ଟକୁ ଯିବେ ବୋଲି ବୁଧବାର ଦିନ ହ୍ୱାଇଟ୍‌ ହାଉସ୍‌ରେ ଭାଷଣ ଦେଇ ରାଷ୍ଟ୍ରପତି ଡୋନାଲï୍‌ ଟ୍ରମ୍ପ୍‌ କହିଛନ୍ତି । ଜିତିବାକୁ ଆବଶ୍ୟକ ୨୭୦ ଇଲେକେଫାରାଲ୍‌ କଲେଜ୍‌ ଭୋଟ୍‌ ପାଖାପାଖି ହୋଇ ନ ଥିଲେ ସୁଦ୍ଧା ଟ୍ରମ୍ପ୍‌ କହିଛନ୍ତି, ସତ କହିବାକୁ ଗଲେ, ଆମେ ଏହି ନିର୍ବାଚନ ବିଜୟୀ ହୋଇଛୁ ।
ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଇବାକୁ ଉଦ୍ୟମ କରିବା ସହ ରାତି ୨.୩୦ରେ ଅନୁଷ୍ଠିତ ଏହି ସଭାରେ ସମର୍ଥକମାନଙ୍କୁ ଉତ୍ସାହ ଦେଇ ଟ୍ରମ୍ପ୍‌ କହିଲେ, ଆମେ ଏହି ନିର୍ବାଚନରେ ବିଜୟୀ ହେବା । ଆମର ସ୍ଥିତି ଯାହା କହୁଛି, ଆମେ ନିର୍ବାଚନ ଜିତି ସାରିଛନ୍ତି । ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି ଯେ, ଡେମୋକ୍ରାଟ୍ମାନେ ଭୋଟ୍‌ ଜାଲିଆତି କରିଛନ୍ତି । ତେଣୁ ଭୋର୍‌ ୪ଟା ପରେ ଭୋଟ୍‌ ଗଣନା ବନ୍ଦ କରାଯାଉ । ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟରେ ଅଭିଯୋଗ କରିବାକୁ ଟ୍ରମ୍ପ୍‌ ଗୁରୁିବର ସହ ଚିନ୍ତା କରୁଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଯଦିବା ସେ ଯାଆନ୍ତି, କେଉଁ ଆଧାରରେ ଯିବେ । କାରଣ, ଭୋଟ୍‌ ଗଣନା ପ୍ରକ୍ରିୟା ରାଜ୍ୟମାନଙ୍କ ପରିସରଭୁକ୍ତ ହୋଇଥିବାରୁ ଏହାକୁ ବନ୍ଦ କରାଇବାରେ ଆଇନର ବିଶେଷ ଭୂମିକା ନାହିଁ । ପୂର୍ବରୁ ଏଭଳି ଅନ୍ୟୂନ ଦୁଇଟି ମାମଲାର ବିଚାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍‌ କୋର୍ଟ ରାଜ୍ୟକୁ କହିଥିଲେ । ଭୋଟ୍‌ ଗଣତି ଚାଲିଥିବା ପେନ୍ସିଲ¶ାନିଆ, ମିଚିଗାନ୍‌, ୱିସକନ୍ସିନ୍‌, ଜର୍ଜିଆ ଏବଂ ନର୍ଥ କାରୋଲିନା ଆଦି ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବେ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି । ସେ ଏତେ ସଂଖ୍ୟାରେ ବିଜୟ ହାସଲ କରିବେ ଯେ, ଡେମୋକ୍ରାଟ୍ମାନେ ତାଙ୍କ ପାଖାପାଖି ମଧ୍ୟ ପହଞ୍ଚିପାରିବେ ନାହିଁ । କି;ୁ, ଡେମୋକ୍ରାଟ୍ମାନେ କହୁଛନ୍ତି କି, ପୂର୍ଣ୍ଣ ଗଣତି ହେଲେ ଫଳାଫଳ ବିପରୀତ ହେବ । ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ’ ବାଇଡେନ୍‌ ୨୩୮ ଭୋଟ୍‌ ସହ ଆଗୁଆ ଥିବା ବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୧୩ ଭୋଟ୍‌ ପାଇଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆଜି ସକାଳେ ସରିବା ପରେ ଜାରି ରହିଛି ଭୋଟ୍‌ ଗଣତି । ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ନିର୍ବାଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆମେରିକାରେ ସାଧାରଣ ଭୋଟରଙ୍କ ଭୋଟକୁ ନେଇ ଇଲେକେଫାରାଲ କଲେଜ ନିର୍ବାଚିତ ହୋଇଥାଏ । ଇଲେକେଫାରାଲ କଲେଜର ଭୋଟ୍‌ ଆଧାରରେ ହିଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ସେହି ଆଧାରରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ବର୍ତ୍ତମାନ ସୁଦ୍ଧା ୨୧୦ ଇଲେକେଫାରାଲ ଭୋଟ୍‌ ପାଇଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଫ ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ୧୩୭ ଇଲେକେଫାରାଲ୍‌ ଭୋଟ୍‌ ପାଇଛନ୍ତି ।
ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ ୨୭୦ ଇଲେକେଫାରାଲ ଭୋଟ୍‌ ଆବଶ୍ୟକ । ରାଜ୍ୟ ଗୁଡ଼ିକର ନିର୍ବାଚନ ଫଳାଫଳକୁ ଦେଖିଲେ ଜୋ ବାଇଡେନ୍‌ ଏ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଜିତିଥିବା ବେଳେ ଡୋନାଲଫ ଟ୍ରମ୍ପ ୮ଟି ରାଜ୍ୟରେ ଜିତିଛନ୍ତି । ଜୋ ବାଇଡେନ୍‌ , ଜର୍ଜିରାଆ, ମାସାଚୁସେଟସ୍‌, କନେକଫିକଟ୍‌ , ରୋଡ୍‌ ଆଇଲ୍ୟାଣ୍ଡ, ମାରିଲ୍ୟାଣ୍ଡରେ ବିଜୟୀ ହୋଇଛନ୍ତି । ଡୋନାଲଫ ଟ୍ରମ୍ପ ଇଣ୍ଡିଆନା, କେଞ୍ଚୁକୀ, ଟେନେସି, ଓକଲାହୋମା, ସାଉଥ୍‌ କାରୋଲିନା, େୱଷ୍ଟ ର୍ଜିନିଆରେ ଜିତିଛନ୍ତି । ଆମେରିକାରେ ୫୦ଟି ରାଜ୍ୟ ଏବଂ ୱାସିଂଟନ୍‌ ଡିସିର ଭୋଟର ମାନେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିଛନ୍ତି । ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କେବଳ ଆମେରିକା ନୁହେଁ ୟୁରୋପରେ ମଧ୍ୟ ବେଶ ଲୋକପ୍ରିୟ ।
ଯେଉଁଥିପାଇଁ ବ୍ରିଟେନରେ ତାଙ୍କ ବିଜୟ ଉପରେ ଲାଗିଛି ୧ ନିୟୁତ ପାଉଣ୍ଡର ବାଜି । ଆମେରିକାରେ ନିର୍ବାଚନ ଲାଗି ଜୁଆ ଉପରେ କଡ଼ା ଆଇନଗତ କଟକଣା ରହିଛି । ହେଲେ ବ୍ରିଟେନରେ ସେପରି କିଛି ନାହିଁ । ଏଣୁ ଆମେରିକା ର୍ନିବାଚନକୁ ନେଇ ବ୍ରିଟିଶ ଜୁଆ ବଜାର ଏବେ ଉଠୁଛି ପଡୁଛି । ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶ ଲାଗି ଐତିହାସିକ ହେବ ବୋଲି ଏବେଠୁ ଆକଳନ କରାଗଲାଣି । ଏଣୁ ବ୍ରିଟେନରେ ଲୋକେ କୋଟିକୋଟି ପାଉଣ୍ଡ ଜୁଆରେ ଲଗାଇଦେଇଛନ୍ତି । ତେବେ ବିଡେନଙ୍କ ବିଜୟ ଲାଗି ବ୍ରିଟେନରେ ସବୁଠୁ ଅଧିକ ବାଜି ଲଗାଇଥିବା ବ୍ୟକ୍ତି ଜଣକ କିଏ ତାହା କି;ୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
ତେବେ ସେ ଯିଏବି ହୋଇଥା;ୁ ନା କାହିଁକି ବିଡେନଙ୍କ ବିଜୟ ସହ ସେ ୫ଲକ୍ଷ ୪୦ ହଜାର ବ୍ରିଟିଶ ପାଉଣ୍ଡ ଅର୍ଥାତ ୬ଲକ୍ଷ ୯୬ ହଜାର ୧୭୦ ଡଲାର ବିଜୟୀ ହେବେ । ଏହା ଛଡା ତାଙ୍କୁ ବାଜି ବାବଦେ୧ ନିୟୁତ ପାଉଣ୍ଡ ମଧ୍ୟ ମିଳିବ । ନିର୍ବାଚନ ବିଶ୍ଲେଷକମାନଙ୍କ ସମୀକ୍ଷା ଅନୁସାରେ ନିର୍ବାଚନରେ ବିଡେନଙ୍କ ବିଜୟ ଆଶା ପ୍ରାୟ ୬୫ ପ୍ରତିଶତ । ଅପରପକ୍ଷରେ ଶାସକ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲï ଟ୍ରମ୍ପଙ୍କ ବିଜୟ ଆଶା ମାତ୍ର ୩୫ ପ୍ରତିଶତ ଅନୁମାନ କରାଯାଇଛି । ତେବେ ନିର୍ବାଚନ ଫଳାଫଳ ଲାଗି ଏବେ ଦୀର୍ଘ ସମୟ ଅପେକ୍ଷା କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

Read More...

କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page