ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

November 07, 2020, ବିଦେଶ, , Anupambharat News Bureau


ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି
Anupambharat News Bureau
November 07, 2020

ୱାସିଂଟନ,୭ା୧୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜି.ବାଇଡ଼େନ ନିର୍ବାଚିତ ହୋଇଛନ୍ତି । ଗତ ୩ତାରିଖରେ ଏନେଇ ଭୋଟ ପରେ ଗଣତି ଆରମ୍ଭ ହୋଇଥିଲେ ସୁଦ୍ଧା କିଏ ହ୍ୱାଇଟ ହାଉସ ଦଖଲ କରିବ ସେ ନେଇ ସ୍ପଷ୍ଟ ହୋଇନଥିଲା । ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ୨୮୪ ଇଲେକେଫାରାଲ ଭୋଟ ପାଇଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ୨୧୪ ଭୋଟ ପାଇଛନ୍ତି । ମ୍ୟାଜିକ ସଂଖ୍ୟା ୨୭୦ ରହିଥିବା ବେଳେ ତାଠାରୁ ଅଧିକ ଭୋଟ ପାଇଛନ୍ତି ବାଇଡେନ୍‌ । ବିଜୟ ପରେ ବାଇଡେନ ଟ୍ୱିଟ୍‌ କରି ଉଲ୍ଳେଖ କରିଛନ୍ତି ଯେ, ଆମେରିକା ଭଳି ଶ୍ରେଷ୍ଠ ଦେଶର ନେତୃତ୍ୱ ନେବାର ସୁଯୋଗ ମିଳଥିବାରୁ ନିଜକୁ ସମ୍ମାନ ମନେ କରୁଛି । ଆମ ପାଇଁ ଆଗକୁ କଠିନ ସମୟ ରହିଛି । ତେବେ ମୋତେ ଆପଣ ଭୋଟ ଦିଅନ୍ତୁ କି ନାହିଁ ମୁଁ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି । ଆପଣମାନେ ମୋତେ ଏହି ସ୍ଥାନ ଦେଇଛନ୍ତି ବିଶ୍ୱାସରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ଏହି ପୂର୍ବତନ ଉପରାଷ୍ଟ୍ରପତି ଦେଶର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

Read More...

ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page