ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

December 03, 2020, ଓଡ଼ିଶା, , Anupambharat News Bureau


ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା
Anupambharat News Bureau
December 03, 2020


ଭୁବନେଶ୍ୱର,୩ା୧୨(ଅନୁପମ ମିଡ଼ିଆ): ­ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅଫଲାଇନରେ ପରୀକ୍ଷା ନେଇ ସିବିଏସଇ କହିଛି । ସେହି ଅନୁସାରେ ଓଡ଼ିଶାରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କରାଯିବ । ଗଣଶିକ୍ଷା ବିଭାଗ ସବୁ ପିଲାଙ୍କୁ ଅନଲାଇନରେ ଯୋଡ଼ି ପାରିବାରେ ସକ୍ଷମ ହୋଇନାହିଁ । ବିଦ୍ୟାଳୟରେ ପାଠପଢା ପରେ ହିଁ ପରୀକ୍ଷା କରାଯିବ । ତେଣୁ ଫେବୃଆରୀରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ୍‌ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତି ଜଣାଯିବ । ଅନ୍ୟପକ୍ଷରେ ସ୍କୁଲ ଫି ନେଇ ସେ କହିଛନ୍ତି , ସ୍କୁଲ ଫି ନେଇ ରାଜ୍ୟର କୌଣସି ନୀତି ନାହିଁ । ତାହା ହିଁ ଆମେ ହାଇକୋର୍ଟରେ କହିଛୁ । କେବଳ କୋଭିଡ ପାଇଁ ସ୍ୱତନ୍ତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମସ୍ତେ ଭୁଲି ଗଲେ ମୋତିଲାଲ ଗୌଡ଼ ଉପାଖ୍ୟାନ

ସମସ୍ତେ ଭୁଲି ଗଲେ ମୋତିଲାଲ ଗୌଡ଼ ଉପାଖ୍ୟାନ

Read More...

ଜେଲ୍‌ ଗଲେ ପ୍ରଦୀପ

ଜେଲ୍‌ ଗଲେ ପ୍ରଦୀପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page