ପ୍ରସିଦ୍ଧ ମସଲା କମ୍ପାନି ଏମ୍ଡ଼ିଏଚ ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି । ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍ କିଛିଦିନ ହେବ ଚିକିତ୍ସିତ ହେଉଥିଲେ । ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଧରମପାଲ ଗୁଲାଟିଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶୟଜୀ’ ନାମରେ ମଧ୍ୟ ଜାଣନ୍ତି । ସେ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ । ବଡ଼ ହେବା ପରେ ଧରାମପାଲ ଗୁଲାଟି ସିଆଲକୋଟରେ ତାଙ୍କ ପିତାଙ୍କ ମସଲା ବ୍ୟବସାୟରେ ଯୋଗ ଦେଇଥିଲେ । ମାତ୍ର ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି ତାଙ୍କ ବ୍ୟବସାୟ ଚଳାଇଥିଲୋ