ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

December 06, 2020, ଦେଶ, , Anupambharat News Bureau


ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର
Anupambharat News Bureau
December 06, 2020


ନୂଆଦିଲ୍ଲୀ,୬ା୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ଫାଇଜର ଏବଂ ବାୟୋଏନଟେକ୍‌ ଦ୍ୱାର ପ୍ରସ୍ତୁତ ଟୀକାକୁ ପ୍ରୟୋଗ ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ ( ଡିସିଜିଆଇ) ଅନୁମତି ମାଗିଛି । ଜର୍ମାନୀର ଏହି ପ୍ରମୁଖ ଫାର୍ମା କମ୍ପାନୀ ବର୍ତ୍ତମାନ ଡିସିଜିଆଇର ମଞ୍ଜୁରୀ ଅପେକ୍ଷାରେ ରହିଛି । ଏନେଇ ଗତ ୪ରେ ଡିସିଜିଆଇ ନିକଟରେ ଆବେଦନ ପତ୍ର ଦାଖଲ କରିଛି ଫାଇଜର ଇଣ୍ଡିଆ ।ବିଟ୍ରେନ ଓ ବାହାରିନ୍‌, ଫାଇଜର ଟୀକାକୁ ଅନୁମତି ଦେଇ ସାରିଛନ୍ତି । ଆସନ୍ତା ସପ୍ତାହରେ ବିଟ୍ରେନ୍‌ ଆରମ୍ଭ ହେବାକୁ ଯାଉଛି ଏହି ବ୍ୟବସ୍ଥା । ଫାଇଜର ଟୀକାର ଆମଦାନୀ ଓ ବିକ୍ରି ପାଇଁ ଭାରତର ଅନୁମତି ଚାହଁଛି କମ୍ପନୀ । ଆମେରିକାର ମଲଫି ନ୍ୟାସନାଲ ଫାର୍ମାସୁ୍ୟଟିକାଲ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଟେକ୍ନୋଲୋଜି କମ୍ପାନୀ ବାୟୋ-ଏନ- ଟେକ୍‌ ପ୍ରସ୍ତୁତ କରିଥିବା ଟୀକା, ଏବେ କୋଭିଡ୍‌ ଭ୍ୟାକ୍ସିନ୍‌ ଦୌଡ଼ରେ ଆଗରେ ରହିଛି । ଫାଇଜର ପ୍ରସ୍ତୁତ କରିଥିବା ଟିକା ୯୫ ପ୍ରତିଶତ ଫଳପ୍ରଦ ହେବ ବୋଲି ଶେଷ ପର୍ଯ୍ୟାୟ ପରୀକ୍ଷଣରୁ ପ୍ରମାଣ ମିଳିଛି । ବିଟ୍ରେନ ଏହାର ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହି ଅନୁମତି ଆମର ଲକ୍ଷ୍ୟ ଥିଲା, ଏବଂ ଏଥିପାଇଁ ଆମେ ଦୀର୍ଘ ସମୟ ଧରି କାମ କରୁଥିଲୁ । ଆମେ ପ୍ରଥମରୁ ହିଁ କହିଥିଲୁ ଶେଷରେ ବିଜ୍ଞାନ ହିଁ ଜିତିବ । ଏମଏଚଆରଏ ଠିକ୍‌ ସମୟରେ ଆକଳନ କରି ଅନୁମତି ପାଇଁ ସହଯୋଗ କରିଥିବାରୁ ବହୁତ ଧନ୍ୟବାଦ । କରୋନା ମହାମାରୀ, ସାରା ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ ହେବା, ନୂଆ ଆଶା ଦେଖାଇଛି, ତେବେ ଭାରତ ଭଳି ଦେଶରେ ଏହି ଟୀକାର ବ୍ୟବହାରକୁ ନେଇ ବଡ଼ ଆହ୍ୱାନ ରହିଛି । କାରଣ ଏହି ଟୀକାକୁ ରଖିବା ଓ ପରିବହନ କରିବା ପାଇଁ ମାଇନସ୍‌ ୭୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଆବଶ୍ୟକ ହେଉଥିବାରୁ ଭାରତରେ ଏହି ଟୀକାଦାନ କିପରି ହେବ, ଏ ନେଇ ପ୍ରଶ୍ନ ଉଠୁଛି । ଭାରତର ସବୁ ଅଞ୍ଚଳରେ ଏଭଳି କୋଲï ଚେନ୍‌ ପ୍ରସ୍ତୁତ କରିବା ସହଜ ହେବନାହିଁ । ବିଶେଷ କରି ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ଟୀକାକରଣ କଷ୍ଟକର ବୋଲି କୁହାଯାଉଛି । ସେପଟେ ପରିବହନ ଓ କୋଲï-ଚେନ୍‌କରିବାରେ ଫାଇଜର କମ୍ପାନୀ ସହଯୋଗ କରିବ ବୋଲି କହିଛି । କାରଣ ଟୀକା ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର ହେଉଛି ଭାରତ । ତେବେ କରୋନା ସମୟରେ ଟୀକା ଯୋଗାଣ ପାଇଁ କେବଳ ସରକାର ସହ ଚୁକ୍ତି କରାଯିବ ବୋଲି ସ୍ପଷ୍ଟ କରିଛି ଫାଇଜର କମ୍ପାନୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ

ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ

Read More...

ଭାରତ ବନ୍ଦ ସଫଳ ହୋଇବ କି ?

ଭାରତ ବନ୍ଦ ସଫଳ ହୋଇବ କି ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page